ଗଛ ଲଗାଇବା ପାଇଁ ଖର୍ଚ୍ଚ ହୋଇଛି ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ହେଲେ ପଡ଼ିଆରେ ନାହିଁ ୬୦ଟି ଗଛ

1 min read

କେନ୍ଦୁଝର: ଗଛ ଲଗାଇବା ପାଇଁ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ପଡ଼ିଆରେ ଗୋଟିଏ ବି ଗଛ ନାହିଁ । କୁଆଡ଼େ ଯାଉଛି ଏତେ ସାରା ଗଛ । କେବଳ କାଗଜ କଲମରେ ଗଛ ପୋତା ହୋଇଛି । କିନ୍ତୁ ସେପଟେ ପଡ଼ିଆ ଖାଲି । ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ତିନି ବର୍ଷରେ ଖର୍ଚ୍ଚ ହୋଇଛି ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । ବୃକ୍ଷରୋପଣ ନାଁରେ ବଡ଼ ଘୋଟାଲା । ୬୦ଟି ଗଛ ନାହିଁ, ୬୦ ଲକ୍ଷ ଚଳୁ । କେନ୍ଦୁଝର ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ସରକାରୀ ଅର୍ଥ ବାଟମାରଣାର ଚିତ୍ର ।

 

ଝୁମ୍ପୁରା ବ୍ଲକ୍‌ ରସବନ୍ତାଳା ଗାଁରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୦୧୬-୧୭ ଆର୍ଥିକବର୍ଷରେ ୨୩ ହେକ୍ଟର ଜମିରେ ଗଛ ଲଗାଯାଇଥିଲା । ଏଥିପାଇଁ ତିନି ବର୍ଷ ଭିତରେ ୬୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଉକ୍ତ ସ୍ଥାନରେ ୬୦ଟି କାଜୁ ଗଛ ଦେଖିବାକୁ ମିଳିନାହିଁ ।

ଖାଲି ରସବନ୍ତଳା ଗାଁ ନୁହେଁ, ଝୁମ୍ପୁରା ବ୍ଲକର ଏକାଧିକ ଗ୍ରାମରେ ଏଭଳି ଅନେକ କାଜୁ ଗଛ ସଂପୂର୍ଣ୍ଣ ନଷ୍ଟ ହୋଇଛି । ମୃତ୍ତିକା ସଂରକ୍ଷଣ ବିଭାଗ କେବଳ କାଗଜ ପତ୍ରରେ ଗଛ ଲଗାଇ ସରକାରୀ ଟଙ୍କାକୁ ଆତ୍ମସାତ୍ କରିଥିବା ଅଭିଯୋଗ କରିଛନ୍ତି ପରିବେଶବିତ୍ । ସପେଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ । ପ୍ରକଳ୍ପ ନିର୍ଦ୍ଦେଶକ ଯାହା କହିଲେ ବି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଲୋକ ଦାବି କରିଛନ୍ତି  ।

Leave a Reply