ଜୀବନ ବଞ୍ଚାଇଲେ ଗଛ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ନନ୍ଦିଘୋଷ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସାନକିରାସିରା ଗାଁରେ ବନ୍ୟା ପାଣିରେ ଭାସି ଯୁବକଙ୍କ ଜୀବନ ଦେଲା ଜାମୁଗଛ । ନଦୀ ଭିତରେ ଜାମୁଗଛ ଧରି ଜୀବନ ମରଣ ମଧ୍ୟରେ ସଂଘର୍ଷ କରୁଥିବା ଯୁବକଙ୍କୁ ଉଦ୍ଧାର କରି କୂଳକୁ ଆଣିଲେ ଅଗ୍ନିଶମ ବାହିନୀ । ଗାଁର କିଛି ଯୁବକ ସୁରୁବାଲି ଜୋରକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବାବେଳେ ହଠାତ୍ ପାଣିର ସ୍ରୋତ ବଢ଼ି ଯାଇଥିଲା। ହଠାତ୍ ଯୁବକ ଜଣକ ଭାସିଯାଇଥିଲେ ।
ସଂପୃକ୍ତ ଯୁବକ ଜଣକ ହେଲେ ସାନକିରାଶିରା ଗ୍ରାମର ଆଦର୍ଶ ପଧାନ । ତେବେ ଆଦର୍ଶଙ୍କ ସହ ଥିବା ଅନ୍ୟ ୫ ଜଣ ଯୁବକ ପହଁରି କୂଳକୁ ଆସି ନିଜ ଜୀବନ ବଞ୍ଚାଇଥିବା ବେଳେ ଫସି ରହିଥିଲେ ଆଦର୍ଶ । ଅନ୍ୟମାନେ ଘଟଣା ସମ୍ପର୍କରେ ତୁରନ୍ତ ସୁବଳୟା ପୋଲିସ ଏବଂ ବୀରାମହରାଜପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଏବଂ ସୁବଳୟା ପୋଲିସର ଏକ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଭାବେ ବନ୍ୟା ପାଣିରୁ ଉଦ୍ଧାର କରିଥିଲେ । ଯୁବକ ଜଣ ସୁସ୍ଥ ଓ ସୁରକ୍ଷିତ ଥିବା ଜଣାପଡ଼ିଛି ।