ଗଞ୍ଜାମର ୧୭୦ ନମ୍ବର କରୋନା ପଜିଟିଭଙ୍କର ଆସିଲା ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାକୁ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ରାଜ୍ୟ ଫେରନ୍ତାଙ୍କ ଚିନ୍ତାରେ ପଡ଼ିଛି । କାରଣ ବାହାରୁ ଫେରିଥିବା ପ୍ରବାସୀ ଓଡ଼ିଆ ବାରମ୍ବାର ପଜିଟିଭ ଚିହ୍ନଟ ହେଉଛନ୍ତି । ତେବେ ଗଞ୍ଜାମର ଚିନ୍ତା ମଧ୍ୟ ବଢାଉଛନ୍ତି ସୁରତ ଫେରନ୍ତା । ଆସିଲା ତୃତୀୟ ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଶ୍ରୀରାମନଗରର ୧୮ ବର୍ଷୀୟ ଆକ୍ରାନ୍ତ ସୁରତରୁ ଫେରିଥିଲେ ।

ମେ ୨ରେ ସ୍ୱତନ୍ତ୍ର ବସ୍‌ ଯୋଗେ ୬୯ ପାସେଞ୍ଜରଙ୍କ ସହ ସେ ଫେରିଥିଲେ। ଏହାପରେ କୁକୁଡାଖଣ୍ଡି ବ୍ଲକ ଆଙ୍କୁଶପୁରର ସରକାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ଗତ ୪ ତାରିଖରେ ସ୍ୱାବ ସଂଗ୍ରହ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ତାଙ୍କୁ ଛତ୍ରପୁର ଶୀତଳାପଲ୍ଲୀ କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

Leave a Reply