୪ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ୪ କରୋନା ଆକ୍ରାନ୍ତ ଯାତ୍ରା ବିବରଣୀ ଜାରି କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ୮୪ ନମ୍ୱର ଠାରୁ ୮୭ ନମ୍ୱର ପର୍ଯ୍ୟନ୍ତ ରୋଗୀଙ୍କ ଯାତ୍ରା ବିବରଣୀ ପ୍ରକାଶ ।

୮୪ ନମ୍ୱର ଆକ୍ରାନ୍ତ : ପ୍ରଦତ୍ତ ସୂଚନା ଅନୁଯାୟୀ, ଲକ୍‌ଡାଉନ୍ ଲାଗୁ ହେବା ପରେ ୭୦ ବର୍ଷୀୟା ଦଶରଥପୁରର ମହିଳା ଜଣଙ୍କ ମାର୍ଚ୍ଚ ୨୨ଠାରୁ ଏପ୍ରିଲ ୨୦ ଯାଏଁ ଘରେ ରହିଥିଲେ । ପରେ ତାଙ୍କ ନିକଟ ସମ୍ପର୍କୀୟ ଅର୍ଥାତ ୭୪ ନମ୍ୱର ରୋଗୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା । କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ତାଙ୍କ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହୋଇଥିବାରୁ ତାଙ୍କ ନମୁନା ପରୀକ୍ଷା ହୋଇଥିଲା । ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ଏପ୍ରିଲ ୨୩ ତାରିଖରେ କଳିଙ୍ଗ ନଗରସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

୮୫ ନମ୍ୱର ଆକ୍ରାନ୍ତ: ୨୧ ବର୍ଷୀୟ ଏହି ପଜିଟିଭ ଯୁବକ ଜଣଙ୍କ ଭଦ୍ରକ ବାସୁଦେବପୁର ଅଞ୍ଚଳର, ସେ ମଧ୍ୟ ଜଣେ ପଶ୍ଚିମବଙ୍ଗ ଫେରନ୍ତା । ସେ ୭୩ ନମ୍ୱର ସଂକ୍ରମିତଙ୍କ ସମ୍ପର୍କରେ ମଧ୍ୟ ଆସିଥଲେ । ସେ ୨୯ ମାର୍ଚ୍ଚ ତାରିଖରେ କୋଲକାତା ବଡ଼ବଜାରରୁ ନିଜ ବାପା ଓ ଅନ୍ୟ ଜଣେ ଯାତ୍ରୀଙ୍କ ସହ ଗାଡ଼ି ଭଡ଼ା କରି ଆସିଥିଲେ । ଏହାପରେ ସେ ଏପ୍ରିଲ ୨୦ ଯାଏ ବାସୁଦେବପୁର ଠାରେ ରହିଥିଲେ । ଏହାପରେ ଏପ୍ରିଲ ୨୧ଠାରୁ ୨୩ ଯାଏଁ ସେ ଯାଜପୁର ଏନସି କଲେଜରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାରୁ କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ଏପ୍ରିଲ ୨୩ ରେ ନମୁନା ସଂଗ୍ରହ ହୋଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଥିଲା । ଏଥିସହିତ ତାଙ୍କୁ ସେହିଦିନ କଳିଙ୍ଗ ନଗର ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  

୮୬ ନମ୍ୱର ଆକ୍ରାନ୍ତ: ରୋଗୀ ଜଣଙ୍କ ୪୮ ବର୍ଷିୟ ମହିଳା । ସେ ୭୩ ନମ୍ୱର ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ । ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୨୦ ଯାଏଁ ଲକ୍‌ଡାଉନ୍‌ ଯୋଗୁଁ ଘରେ ରହିଥିଲେ । ନିକଟ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହେବା ପରେ ଏପ୍ରିଲ ୨୧ଠାରୁ ୨୩ ତାରିଖ ଯାଏଁ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ପରେ ୨୩ ତାରିଖରେ ଟେଷ୍ଟ କରାଯାଇଥିଲା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କଳିଙ୍ଗ ନଗର ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

୮୭ ନମ୍ୱର ଆକ୍ରାନ୍ତ:  ୮୦ ବର୍ଷୀୟା ଏହି ମହିଳା ଜଣଙ୍କ ବାସୁଦେବପୁର ଯାଜପୁର ଅଞ୍ଚଳର । ସେ ମଧ୍ୟ ୭୩ ନମ୍ୱର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ମାର୍ଚ୍ଚ ୨୨ ଠାରୁ ଏପ୍ରିଲ ୨୦ ଯାଏଁ ଲକଡାଉନ୍‌ରେ ରହିଥିଲେ । ସେ ମଧ୍ୟ ଏପ୍ରିଲ ୨୧ଠାରୁ ୨୩ ଯାଏଁ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଥିଲା ।  ପରେ ତାଙ୍କୁ ସେହି ଦିନ କଳିଙ୍ଗନଗର ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।                        

Leave a Reply