୫ କରୋନା ସଂକ୍ରମିତଙ୍କ ଯାତ୍ରା ଇତିହାସ : ଜାଣନ୍ତୁ କିଏ କେଉଁଠିକୁ,କେବେ ଯାଇଥିଲେ

ଭୁବନେଶ୍ୱର:  ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୫୬୪ ସାମ୍ପୁଲ ପରୀକ୍ଷା ହୋଇଥିଲା । ଯାଜପୁର,ବମିଖାଲ, ଝାରପଡ଼ା ଅଞ୍ଚଳରୁ ଏମାନଙ୍କୁ ଚିହ୍ନଟ କରାଯାଇଛି । ତେବେ ଏମାନେ କେଉଁ କେଉଁ ଅଞ୍ଚଳକୁ ଯାଇଥିଲେ ସେମାନଙ୍କର ଯାତ୍ରା ଇତିହାସର ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ପରିପାର କଲ୍ୟାଣ ବିଭାଗ ।

୫୬ ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ

ଯାଜପୁରର ୫୬ ନମ୍ବର ଆକ୍ରାନ୍ତ  ପ୍ରଥମେ କୋଲକାତାର ବାବୁଘାଟରୁ ଏକ ଟାଟା ମ୍ୟାଜିକ ଗାଡ଼ିରେ ୧୭ ଜଣଙ୍କ ସହ ଆସି ୨୮ ମାର୍ଚ୍ଚରେ ଯାଜପୁରର ସାଥିପୁରରେ ପହଞ୍ଚିଥିଲେ । ସାଥିପୁରରୁ ଗଣେଶପୁରକୁ ଏକ ମାଛ ଗାଡ଼ିରେ ଆସି ଯାଜପୁର ଟାଉନରେ ୨୯ ମାର୍ଚ୍ଚରେ ପହଞ୍ଚିଥିଲେ । ସେଠାରୁ ଚାଲି ଚାଲି ତାଙ୍କ ଘରେ ପହଞ୍ଚିବା ପରେ ହୋମ କ୍ୱାରେଣ୍ଟାଇନରେ ୨୯ ମାର୍ଚ୍ଚରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ରହିଥିଲେ । ୧୩ ଏପ୍ରିଲରେ ତାଙ୍କର ସାମ୍ପୁଲ ନିଆଯାଇଥିଲା ଏବଂ ସେହିଦିନ ସେ କରୋନା ପଜିଟିଭ ଅଛନ୍ତି ବୋଲି ଜଣା ପଡ଼ିଥିଲା  । ଏହା ପରେ ତାଙ୍କୁ କଟକ ଅଶ୍ୱିନି ହଦସ୍ପିଟାଲେ ଭର୍ତ୍ତି କରାଯାଇଥିଲା  ।

୫୭ ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ

୫୭ ନମ୍ବର ଆକ୍ରାନ୍ତଙ୍କ ଘର  ଭୁବନେଶ୍ୱରର ବମିଖାଲ ଅଞ୍ଚଳ  ।  ସେ ଯେଉଁ ଆପାର୍ଟମେଣ୍ଟରେ ରହୁଥିଲେ ତାଙ୍କର ୪ଜଣ ବନ୍ଧୁ ମଧ୍ୟ ସେହି ଆପାର୍ଟମେଣ୍ଟରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତ ସଂଖ୍ୟା ୭,୮,୨୨ ଓ ୩୯ ତାଙ୍କ ପଡୋଷୀ ଅଟନ୍ତି ।  ତେବେ ତାଙ୍କର ଯାତ୍ରା ଇତିହାସ କହୁଛି ସେ ବେବିଲୋନ ଆପାର୍ଟମେଣ୍ଟ ଠାରୁ ଗଣେଶ ଳଣ୍ଡପ ଠାରେ ଥିବା ପରିବା ମାର୍କେଟ, ରିଲାଏନ୍ସ ଫ୍ରେସ, ଏବଂ ରସୁଲଗଡ଼ ମାର୍କେଟ ଯାଇଥିଲେ ୨୨ ମାର୍ଚ୍ଚରୁ ୧୩ ଏପ୍ରିଲ ମଧ୍ୟରେ ।   ତାଙ୍କର କରୋନା ପରିକ୍ଷଣ ପାଇଁ ନମୁନା ସଂଗ୍ରହ କରାଯାଇଥିଲା । ତେବେ ଆଜି ସେ ପଜିଟିଭ ଅଛନ୍ତି ବୋଲି ଜଣାପଡ଼ିଥିଲା । ଏହାପରେ କରୋନା ପୀଡିତଙ୍କୁ ଭୁବନେଶ୍ୱର କିମ୍ସର କୋଭିଡ ହସ୍ପିଟାଲକୁ ପଠାଯାଇଛି ।

୫୮ ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ

୫୮ ଅମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ମହିଳା । ସେ ମଧ୍ୟ ସେହି ବମିଖାଲ ଅଞ୍ଚଳର । ଯେଉଠାରୁ ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭଲ କଥା ହେଉଛି ସେ କୁଆଡ଼େ ମଧ୍ୟ ଯାତ୍ରା କରିନାହାନ୍ତି । ବମିଖାଲର ଜୟଦୁର୍ଗା ନଗରରେ ଥିବା ବେବିଲୋନ ଆପାର୍ଟମେଣ୍ଟରେ ସେ ରହୁଥିଲେ । କରୋନା ପରୀକ୍ଷଣ ପାଇ ତାଙ୍କଠାରୁ ନମୁନା ସଂଗ୍ରହ କରାଯାଇଥିଲା ।  ଆଜି ସେ ପଜିଟିଭ ବୋଲି ଜଣା ପଡିଛି । ଏହାପରେ କରୋନା ପୀଡିତଙ୍କୁ ଭୁବନେଶ୍ୱର କୋଭିଡ ହସ୍ପିଟାଲ କିମ୍ସକୁ ପଠାଯାଇଛି ।

୫୯ ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ

୫୯ ଅମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ୭୫ ବର୍ଷୀୟ ବୃଦ୍ଧ(ପୁରୁଷ) ବ୍ୟକ୍ତି । ସେ ମଧ୍ୟ  ବେବିଲୋନ ଆପାର୍ଟମେଣ୍ଟାରେ ରୁହନ୍ତି । ଏହି ବ୍ୟକ୍ତି ଜଣକ ମଧ୍ୟ କୁଆଡ଼େ ଯାଇନଥିଲେ । ଲକ୍‌ଡ଼ାଉନ ପାଇଁ ସେ ସେହି ଆପାର୍ଟମେଣ୍ଟରେହିଁ ରହୁଥିଲେ । ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପାଇଁ ତାଙ୍କ ନମୁନା ନିଆଯାଇଥିଲା ।  ନମୁନା ପଜିଟିଭ ଆସିଲା ପରେ ତାଙ୍କୁ ଆଜି ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ କିମ୍ସକୁ ପଠାଯାଇଛି  ।

୬୦ ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ଇତିହାସ

୬୦ ନମ୍ବର ଆକ୍ରାନ୍ତ ହେଉଛନ୍ତି ଝାରପଡ଼ା ଅଞ୍ଚଳର । ୫୧ ବର୍ଷୀୟ ପୁରୁଷ ଆକ୍ରାନ୍ତ  ୪୨ ନମ୍ବର ଆକ୍ରାନ୍ତଙ୍କର ସଂସ୍ପର୍ଶରେ ଆସିଥିଲେ । ଝାରପଡ଼ାର ନୀଳାଦ୍ରି ନଗରରେ ରୁହନ୍ତି । ୨୨ ମାର୍ଚ୍ଚରୁ ୧୩ ଏପ୍ରିଲ ମଧ୍ୟରେ ସେ କେଶୁରା ମାର୍କେଟ, ରସୁଲଗଡ଼ ହାଟ ଏବଂ  ଗ୍ରୋସୋରି, ପରିବା ଆଣିବା ପାଇଁ ପଳାଶୁଣି ଯାଇଥିଲେ । ୧୪ ତାରିଖ ଦିନ ତାଙ୍କର ନମୁନା ପଜିଟିଭ ଆସିବା ପରେ ଚିକିତ୍ସା ପାଇଁ  କିମ୍ସ କୋଭିଡ ହସ୍ପିଟାଲକୁ ପଠାଯାଇଛି  ।

Leave a Reply