ପେଟ୍ରୋଲ ପମ୍ପ, ଉଠାଦୋକାନୀ, ଟାୟାର୍ ଦୋକାନୀ, ଢ଼ାବା ଓ ବସ୍ କର୍ମଚାରୀଙ୍କୁ ପ୍ରାଥମିକ ଚିକତ୍ସା ପାଇଁ ଦିଆଯିବ ତାଲିମ୍

କଟକ: ଏଣିକି ସଡ଼କ ଦୁର୍ଘଟଣା ହେଲେ ଘଟଣାସ୍ଥଳରେ ମିଳିବ ପ୍ରାଥମିକ ଚିକତ୍ସା । କମିବ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଘଟଣା ସ୍ଥଳରେ ତତକ୍ଷଣାତ୍ ମିଳିବ ପ୍ରାଥମିକ ଚିକତ୍ସା । ମେଡିକାଲ ସ୍ଥାନାନ୍ତର ପାଇଁ ହେବ ସଙ୍ଗେ ସଙ୍ଗେ ବ୍ୟବସ୍ଥା । ଏଭଳି ଲକ୍ଷ୍ୟ ନେଇ ବିଭିନ୍ନ ପଦକ୍ଷେପ ନେଉଛି ରାଜ୍ୟ ପରିବହନ ବିଭାଗ । ଏବେ ଆଉ ଏକ ଅଭିନବ ପ୍ରୟାସ ଆରମ୍ଭ କରିବ ବିଭାଗ । ରାଜପଥ କଡ଼ରେ ଥିବା ପେଟ୍ରୋଲ ପମ୍ପ, ଉଠାଦୋକାନୀ, ଟାୟାର୍ ଦୋକାନୀ, ଢ଼ାବା ଓ ବସ୍ କର୍ମଚାରୀଙ୍କୁ ପ୍ରାଥମିକ ଚିକତ୍ସା ପାଇଁ ତାଲିମ୍ ଦେବ ବିଭାଗ । ଏହି ପ୍ରକ୍ରିୟା ୬ ମାସ ଧରି ଚାଲୁ ରହିବ ।

Transport Department To Train Highway Side Petrol Pump Employee For First Aid

ପ୍ରଥମ ପର୍ଯ୍ୟାୟରେ ୩୦ ହଜାର ଲୋକଙ୍କୁ ଦୁର୍ଘଟଣା ପରବର୍ତ୍ତୀ ତାଲିମ ଦିଆଯିବ । ଆଉ ଏଥିପାଇଁ ସେମାନଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇ ପୃରସ୍କୃତ କରାଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି ।  ସେପଟେ  ରାଜପଥ ମାନଙ୍କରେ ୩୫୦ଟି ବ୍ଲାକ୍ ସ୍ପଟ୍ ଚିହ୍ନଟ କରାଯାଇଛି । ଦୁର୍ଘଟଣା ଜନିକ କାରଣର ସମାଧାନ କରି ପ୍ରଥମ ପର୍ଯ୍ୟାୟରେ ୧୦୦ଟି ବ୍ଲାକସ୍ପଟ୍ ହଟାଇବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ୧୪ଟି ଜିଲ୍ଲାର ବ୍ଲାକ୍ ସ୍ପଟ୍ ଅଡିଟ୍ ଶେଷ ହୋଇଛି । ନଭେମ୍ବର ଶେଷ ସୁଦ୍ଧା ସମସ୍ତ ବ୍ଲାକ ସ୍ପଟ୍ ଚିହ୍ନଟ ପ୍ରକ୍ରିୟା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Transport Department To Train Highway Side Petrol Pump Employee For First Aid

ଉପଯୁକ୍ତ ବ୍ୟବସ୍ଥା ଏବଂ ନିରାପତ୍ତା ପଦକ୍ଷେପ ଅଭାବରୁ ଭାରତରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କେବଳ ୧୧ ପ୍ରତିଶତ ରହିଛି । ଆସନ୍ତା ୨୦୩୦ ସୁଦ୍ଧା ରାସ୍ତାରେ ଦୁର୍ଘଟଣା ଜନିତ ମୃତ୍ୟୁକୁ ୫୦ ପ୍ରତିଶତକୁ ହ୍ରାସ କରାଇବାକୁ ଟାର୍ଗେଟ ରଖିଛି ପରିବହନ ବିଭାଗ । ସେପଟେ ବିଭାଗର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବସ୍ ଓ ପେଟ୍ରୋଲ ପମ୍ପ ମାଲିକ ଏବଂ କର୍ମଚାରୀ ।

Leave a Reply