NHରେ ରାମେଶ୍ୱରରୁ ଚଣ୍ଡିଖୋଲ ଯାଉଛନ୍ତି କି ? ପଢ଼ନ୍ତୁ ଏ ଖବର, ନହେଲେ ଫସିବେ !

1 min read

ଭୁବନେଶ୍ୱର: ଓଭର ଲୋଡିଂ କରି ଜାତୀୟ ରାଜପଥରେ ଯାଉଛନ୍ତି କି ? ଗାଇଡଲାଇନଠୁ ଅଧିକ ବେଗରେ ଗାଡ଼ି ଚଳାଉଛନ୍ତି କି ? ସଟକଟ୍‌ ପାଇଁ ରଙ୍ଗରୁଟ୍‌ରେ ଯାଉନାହାନ୍ତି ତ ? ଯଦି ଏଭଳି କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଏବେ ସ୍କାନରରେ ରହିବ ଜାତୀୟ ରାଜପଥ । ଖସିପାରିବେନି ନିୟମ ଉଲ୍ଲଂଘନକାରୀ ଡ୍ରାଇଭର । ପୋଲିସ୍‌ ନ ଜଗିଲେ ବି କଟିବ ଚାଲାଣ । ରଦ୍ଦ ହୋଇପାରେ ପରିମିଟ ସହ ଲାଇସେନ୍ସ ।ପ୍ରଥମ କରି ପାଇଲଟ୍ ପ୍ରୋଜେକ୍ଟ ଭାବେ ଲାଗିବ ଇଣ୍ଟିଲିଜେଣ୍ଟ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ । ରାମେଶ୍ୱର ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ସିସିଟିଭି ଏବଂ ସେନ୍ସର ଲଗାଇବ ପରିବହନ ବିଭାଗ । ରାଜପଥରେ ଦୁର୍ଘଟଣା କମାଇବାକୁ ଏହି ସିଷ୍ଟମ ଡେଭଲପ କରାଯାଇଛି ବୋଲି ପରିବହନ କମିଶନର କହିଛନ୍ତି ।ବର୍ଷକରେ ୫୦ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ କମାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଦୁର୍ଘଟଣା କମିଛି । ୨୦୧୯ ସେପ୍ଟେମ୍ବର ମାସରେ ୧୨ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ କମିଥିବା ବେଳେ ଅକ୍ଟୋବରରେ ୧୮ ପ୍ରତିଶତ କମିଛି । ଆଗକୁ ମଦୁଆ ଡ୍ରାଇଭରଙ୍କ ଗାଡି ଚାଳନା ଉପରେ ବେଶ ଗୁରୁତ୍ୱ ଦିଆଯିବ । ଜାତିୟ ରାଜପଥର ପ୍ରତି ୨୦ କିଲୋମିଟର ମଧ୍ୟରେ ସ୍କ୍ୱାଡ୍ ଜଗାଇବାକୁ ବିଭାଗ ନିଷ୍ପତ୍ତି ନେଇଛି ।
ଏଥିପାଇଁ ଅଧିକ ଅର୍ଥ ପ୍ରଦାନ କରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଯାପନୀ ଉତ୍ସବରେ ଇ-ଚେକ୍‌ଗେଟର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ । ଏହା ଦ୍ଵାରା ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଗାଡି ଅନ୍‌ଲାଇନ୍‌ ମାଧ୍ୟମରେ ଟ୍ୟାକ୍ସ ଦେବାର ବ୍ୟବସ୍ଥା କରାଯାଇଛି ।

ଆଜିଠାରୁ ୧୦ଟି ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ, ସବୁ ଜିଲ୍ଲା ପ୍ରଶାସନକୁ ଚିଠି

ଦୁର୍ଘଟଣା ରୋକିବାକୁ କେବଳ ଟେକ୍ନୋଲୋଜି ନୁହେଁ ସାଧାରଣ ଲୋକେ ବି ସାମିଲ ହେବେ । ଆରମ୍ଭ ହେବ ସିଟିଜେନ୍‌ ରିପୋର୍ଟିଂ । ଏଥିପାଇଁ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ କରାଯିବ । ଆଇନ୍‌ ଉଲ୍ଲଂଘନନକାରୀଙ୍କ ତଥ୍ୟ ସାଧାରଣ ଲୋକ ପଠାଇଲେ ବିଭାଗ ଜରିମାନା ଆଦାୟ କରିବ । ଆପରେ ତଥ୍ୟ ଓ ଫଟୋ ଦେଇଥିବା ଲୋକଙ୍କୁ ବିଭାଗ ପକ୍ଷରୁ ପୁରସ୍କୃତ କରାଯିବ ।

ଜାତୀୟ ରାଜପଥ ଉପରେ ଟ୍ରାଫିକ୍ ଆଖି, ନିୟମ ଉଲ୍ଲଂଘନକାରୀଙ୍କୁ ତ୍ରାହି ନାହିଁ

Leave a Reply