spot_img

Latest Posts

ମାନୁ ନାହାନ୍ତି ଅମାନିଆ : ସଚେତନ, ଫାଇନ ସତ୍ତ୍ବେ ନିୟମକୁ ଫୁ

ରାଉରକେଲା : ମାନୁ ନାହାନ୍ତି ଅମାନିଆ । ସଚେତନ, ଫାଇନ ସତ୍ତ୍ବେ ନିୟମକୁ ଫୁ । ବେପରୁଆ ଚାଳକ ଯୋଗୁଁ ଯାଉଛି ଅମୂଲ୍ଯ ଜୀବନ। ଆକ୍ସନ ମୋଡରେ ସୁନ୍ଦରଗଡ଼ ପରିବହନ ବିଭାଗ । ଟିକିଏ ନଜର ପକାନ୍ତୁ, ବସ୍ ନୁହେଁ ତ ଅଖା ଗୋଦାମ । ପିକଅପ୍ ଭ୍ଯାନରେ ବସ୍ତା ପରି ବୁହା ହେଉଛନ୍ତି ପାସେଞ୍ଜର । ୩ ତିନି ଜଣ ବାଇକରେ ଯାଉଥିଲେ ବି କାହାର ମୁଣ୍ଡରେ ନାହିଁ ହେଲମେଟ୍ । ପୋଲିସ ପକ୍ଷରୁ ବାରମ୍ବାର ଚେକିଂ ହେଉଛି, ଲୋକେ ମୋଟା ଅଙ୍କର ଫାଇନ ବି ଦେଉଛନ୍ତି । ହେଲେ ସୁଧୁରିବାର ନାଁ ନେଉ ନାହାନ୍ତି । ଏପରି ଅମାନିଆଙ୍କ ଯୋଗୁଁ ଦୁର୍ଘଟଣା ଘଟି ଯାଉଛି ଅମୂଲ୍ଯ ଜୀବନ । ବାରମ୍ବାର ଦୁର୍ଘଟଣା ପରେ ଏବେ ଆକ୍ସନ ମୋଡକୁ ଆସିଛି ସୁନ୍ଦରଗଡ଼ ପରିବହନ ବିଭାଗ ଓ ପୋଲିସ । ବିଭିନ୍ନ ଛକରେ ଚେକିଂକୁ କଡ଼ାକଡ଼ି କରାଯାଇଛି । କିଛି ଅମାନିଆ କାନ ଧରି ବସଉଠ ହୋଇଛନ୍ତି ତ କାହାର ଲମ୍ବା ଚାଲାଣ କାଟିଛି ପୋଲିସ୍ ।

ବସର ଫିଟନେସ ଅଛିକି ନାହିଁ, ଡ଼୍ରାଇଭର ଲାଇସେନ୍ସ, ଡ଼୍ରାଇଭର, କଣ୍ଡକ୍ଟର ମଦ ପିଇଛନ୍ତି କି ନାହିଁ, ବ୍ରେଥ୍ ଆନାଲାଇଜର ଲଗାଇ ଧରୁଛି ପୋଲିସ୍ । ଯାଞ୍ଚବେଳେ ଅନେକ ଅମାନିଆ ଧରା ପଡ଼ିଛନ୍ତି । ଏପରି ଅମାନିଆଙ୍କ ଯୋଗୁଁ ରାଉରକେଲା ପୋଲିସ ଜିଲ୍ଲାରେ ଗତ ୨୦୨୫ରେ ୪୩୦ଟି ଦୁର୍ଘଟଣା ଘଟିଛି । ଏଥିରେ ୨୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୧୧ ଜଣ ଆହତ ହୋଇଛନ୍ତି । ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାରୁ ଏବେ ଆକ୍ସନ ମୋଡକୁ ଆସିଛି ପୋଲିସ ଓ ଆରଟିଓ । ପୋଲିସର ଏପରି ପଦକ୍ଷେପକୁ ଲୋକେ ସ୍ବାଗତ କରିଥିବାବେଳେ ଏହାକୁ ନିୟମିତ କରିବାକୁ ଦାବି କରିଛନ୍ତି ।

Latest Posts

Don't Miss