୫ ଟ୍ରାନ୍ସଜେଣ୍ଡରଙ୍କୁ ନିଯୁକ୍ତି ଦେଲା ମାଲକାନଗିରି ଜିଲ୍ଲା ପ୍ରଶାସନ

1 min read

ଟ୍ରାନ୍ସଜେଣ୍ଡର ମାନଙ୍କୁ ସ୍ୱାଧୀନ ଏବଂ ସ୍ୱାବଲମ୍ବୀ କରାଇବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନର ଏକ ଅଭିନବ ପ୍ରୟାସ । ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସୁରକ୍ଷାକର୍ମୀ ରୂପରେ ୫ କିନ୍ନରଙ୍କୁ ନିଯୁକ୍ତି ଦିଆଯାଇଛି ।

୫ କିନ୍ନରଙ୍କୁ ଡାକ୍ତରଖାନାର ଲେବର ରୁମ ଏବଂ ପ୍ରି ଓ ପୋଷ୍ଟ ମେଣ୍ଟାଲ କେୟାର ୟୁନିଟରେ ନିଯୁକ୍ତି ଦିଆଯାଇଛି ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ 5T ନୀତି ପ୍ରୟୋଗ ପରେ ଡାକ୍ତରଖାନାରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଉଛି । ‘ନିର୍ମଳ’  ଯୋଜନା ଅନ୍ତର୍ଗତ ଜିଲ୍ଲା ପ୍ରଶାସନ ଟ୍ରାନ୍ସଜେଣ୍ଡରଙ୍କୁ ନିଯୁକ୍ତି ଦେଇଛନ୍ତି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଆଗାମୀ ଦିନରେ ଆହୁରି ଅଧିକ ଟ୍ରାନ୍ସଜେଣ୍ଡରଙ୍କୁ ନିଯୁକ୍ତି ଦେବାର ଯୋଜନା ରହିଛି । ଜିଲ୍ଲା ପ୍ରଶାସନ ଉକ୍ତ ୫ ଜଣ ଟ୍ରାନ୍ସଜେଣ୍ଡରଙ୍କୁ ଆବଶ୍ୟକ ପ୍ରଶୀକ୍ଷଣ ଦିଆଯାଇଛି ।

 

Leave a Reply