ଆଇଏଏସ ସ୍ତରରେ ଅଦଳବଦଳ: ବିଷ୍ଣୁପଦ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ପ୍ରମୁଖ ଶାସନ ସଚିବ

ଭୁବନେଶ୍ବର:  ଆଇଏଏସ ସ୍ତରରେ ହୋଇଛି ଅଦଳବଦଳ । ବରିଷ୍ଠ ଆଇଏଏସ ଅଧିକାରୀ ତଥା ଜିଏ ଆଣ୍ଡ ପିଜି ବିଭାଗ ଓଏସଡି ବିଷ୍ଣୁପଦ ସେଠୀ ହୋଇଛନ୍ତି ସାମାଜିକ ସୁରକ୍ଷା, ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ପ୍ରମୁଖ ଶାସନ ସଚିବ । ପ୍ଲାନିଂ ଓ କନଭର୍ଜେନ୍ସ ବିଭାଗ ସ୍ବତନ୍ତ୍ର ସଚିବ ଭାସ୍କରଜ୍ୟୋତି ଶର୍ମା ହୋଇଛନ୍ତି ଲ୍ୟାଣ୍ଡ ରେକର୍ଡ୍ସ ଓ ସେଟଲମେଣ୍ଟ ବିଭାଗର କମିଶନର ।

ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ବି. ପରମେଶ୍ବରନ ହୋଇଛନ୍ତି ଚକବନ୍ଦୀ କମିଶନର । ଏଏଚ ଓ ଭିଏସ ନିର୍ଦ୍ଦେଶକ ରାମାଶିଷ ହାଜରା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅତିରିକ୍ତ ଦାୟିତ୍ବରେ ରହିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜ୍ୟୋତିପ୍ରକାଶ ଦାସ ହୋଇଛନ୍ତି ସ୍ପେସାଲ ପ୍ରୋଜେକ୍ଟ ପିଆର ଆଣ୍ଡ ଡିଡବ୍ଲୁ ବିଭାଗର ନିର୍ଦ୍ଦେଶକ । ଏହାସହ ସେ ଆରଓଟିଆଇର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ ।

ସ୍ପେଶାଲ ପ୍ରୋଜେକ୍ଟ, ପିଆର ଆଣ୍ଟ ଡି ଡବ୍ଲୁ ବିଭାଗର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ହୋଇଛନ୍ତି ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ । ଏସଟି ଓ ଏସସି ବିକାଶ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ହୋଇଛନ୍ତି ଏସଟି ବିଭାଗର ନିର୍ଦ୍ଦେଶକ । ରାଜସ୍ବ ପର୍ଷଦ କଟକର ଅର୍ଥନୈତିକ ପରାମର୍ଶଦାତା ସୁବ୍ରତ ଶତପଥୀଙ୍କୁ ଇନସ୍ପେକ୍ଟର ଜେନେରାଲ, ରେଜିଷ୍ଟ୍ରେସନ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।