ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଡାକ୍ତରଙ୍କ ତାଲିମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଶିଶୁ ସ୍ୱାସ୍ଥ୍ୟ ନେଇ ଡାକ୍ତରମାନଙ୍କୁ ଦିଆଯିବ ତାଲିମ । ଏ ନେଇ ଏକ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଦ୍ୱିତୀୟ ଲହରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ରାଜ୍ୟର ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯିବ । ତୃତୀୟ ଲହରରେ ଶିଶୁମାନେ ସଂକ୍ରମିତ ହେବାର ଆଶଙ୍କା କରାଯାଉଛି ।  ଆବଶ୍ୟକ ଔଷଧ, ଯନ୍ତ୍ରପାତି ଓ ଭିତ୍ତିମୂମି ସୃଷ୍ଟି କରାଯିବ । ଏହି ପରିସ୍ଥିତିର ମୁକାବିଲା ପ୍ରକୃତ ଚ୍ୟାଲେଞ୍ଜ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାର୍ଯ୍ୟରତ ମେଡିକାଲ ଅଫିସର ଓ ନର୍ସିଂ ଷ୍ଟାଫଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ କରାଯାଉଛି । 5-T ଢାଞ୍ଚାରେ ପ୍ରସ୍ତୁତ ହୋଇଛି ତାଲିମ ମଡେଲ୍ । ବିଶ୍ୱର ଅନେକ ଦେଶ ଏକାଧିକ ପର୍ଯ୍ୟାୟ ସଂକ୍ରମଣର ସମ୍ମୁଖୀନ ହେଉଛନ୍ତି । ଭାରତରେ ୨ଟି ପର୍ଯ୍ୟାୟରେ ସଂକ୍ରମଣ ହୋଇଛି । ଓଡ଼ିଶା ମହାମାରୀର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେଉଛି । ସମସ୍ତଙ୍କୁ ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । ଏବେ ସଂକ୍ରମଣ କମିଥିବାରୁ ସ୍ଥିତି ନୟନ୍ତ୍ରଣରେ ଅଛି । ଆଗକୁ ତୃତୀୟ ଲହରର ଆଶଙ୍କା ଥିବାରୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ମହାମାରୀର ମୁକାବିଲା ପାଇଁ ଭିତ୍ତିଭୂମି ସୃଷ୍ଟି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସହ ସହଭାଗୀ ହୋଇଥିବା ସଂସ୍ଥାଗୁଡିକୁ ମଧ୍ୟ ଧନ୍ୟବାଦ ଜଣାଇଲେ । ସରକାରଙ୍କ ସହ ସହଯୋଗ କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

https://twitter.com/IPR_Odisha/status/1410986733441720324

ଏଥିସହିତ ପଢ଼ନ୍ତୁ: ‘SEBCଙ୍କୁ ଚିହ୍ନଟ କରିବା ଦାୟିତ୍ୱ କେବଳ କେନ୍ଦ୍ର ସରକାରଙ୍କର’

 

Leave a Reply