ବିରାଶାଳ ଏୟାରଷ୍ଟ୍ରିପରୁ ଉଡ଼ିଲା ପ୍ରଶିକ୍ଷଣ ବିମାନ, ଦେଖିବାକୁ ଲୋକଙ୍କ ଭିଡ଼

ଢେଙ୍କାନାଳ: ଉଡ଼ିଲା ପ୍ରଶିକ୍ଷଣ ବିମାନ । ଗୋଟିଏ ପରେ ଗୋଟିଏ କରି ୩ଟି ପ୍ରଷଶିକ୍ଷଣ ବିମାନ କଙ୍କଡ଼ାହାଡ଼ ବିରାଶାଳ ଏୟାରଷ୍ଟ୍ରିପରୁ ଉଡ଼ାଣ ଭରିଛି । ୪ ସିଟ୍‌ ବିଶିଷ୍ଟ ଦୁଇଟି ଏବଂ ୨ ସିଟ୍‌ ଥିବା ଗୋଟିଏ ବିମାନ ଉଡ଼ିଛି । ପ୍ରଥମ ବ୍ୟାଚରେ ୧୫ ଜଣ ଛାତ୍ରଛାତ୍ରୀ ପାଇଲଟ୍ ପ୍ରଶିକ୍ଷଣରେ ଯୋଗ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପାଇଲଟ୍ ପ୍ରଶିକ୍ଷଣ କେନ୍ଦ୍ର ଭାବେ ଏହା ନିର୍ମାଣ କରାଯାଇଛି । ୫୭ ଏକରରେ ଥିବା ଏହି ଏୟାରଷ୍ଟ୍ରିପର ଉନ୍ନତିକରଣରେ ଖର୍ଚ୍ଚ ହୋଇଛି ୯ କୋଟି ୧୮ ଲକ୍ଷ ଟଙ୍କା ହୋଇଛି ।

୧୨ ଶହ ମିଟର ଲମ୍ବ ବିରାଶାଳ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିଛି ବିମାନ । ଜିଲ୍ଲାର ଏକମାତ୍ର  ତାଲିମ କେନ୍ଦ୍ରରେ ବିମାନ ଉଡ଼ାଣ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ଜିଏଟିଆର ନିର୍ଦ୍ଦେଶକ ଓ.ପି ସୁରୀ ଏହାର ନେତୃତ୍ୱ ନେଉଥିବା ବେଳେ ମୁଖ୍ୟ ଉପଦେଷ୍ଟା ଭାବେ ତାଲିମ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ରାଜ କୁମାର ମିଶ୍ର ।

ଗତ ମେ ୧୪ ତାରିଖରେ ବିରାଶାଳ ଏୟାରଷ୍ଟ୍ରିପକୁ ପାଇଲଟ୍ ଟ୍ରେନିଂ ସେଣ୍ଟର ଭାବ ବ୍ୟବହାର ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଥିଲା ।

Leave a Reply