spot_img

Latest Posts

ଶିମିଳିପାଳର ପୋଷା ହାତୀ ମହେନ୍ଦ୍ରର ୬୬ ବର୍ଷ ବୟସରେ ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ପୋଷା ହାତୀ ମହେନ୍ଦ୍ରର ମୃତ୍ୟୁ । ଗତକାଲି ରାତିରେ ଚହଲା ନିକଟରେ ତା’ର ମୃତ୍ୟୁ ହୋଇଥିବା ଜଣାପଡିଛି । ୬୬ ବର୍ଷ ବୟସରେ ତାର ମୃତ୍ୟୁ ହୋଇଛି। ଦୀର୍ଘ ଦିନ ହେବ ଅସୁସ୍ଥ ମହେନ୍ଦ୍ରର ଚିକିତ୍ସା ଚାଲିଥିଲା । ଗତ ଦୁଇଦିନ ହେବ ସେ ଠିକ ଭାବରେ ଖାଦ୍ୟ ଗ୍ରହଣ କରିପାରୁନଥିବାରୁ ସେଠାରେ ତାକୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ। ୨୦୦୧ ରେ କର୍ଣ୍ଣାଟକରୁ ଅନ୍ଯ ଦୁଇ ହାତୀ ଶୋଭା ଓ ଭବାନୀ ସହିତ ଶିମିଳିପାଳକୁ ଆସିଥିଲା ମହେନ୍ଦ୍ର।

ଉପଯୁକ୍ତ ତାଲିମ ପରେ ଏହି କୁଙ୍କି ହାତୀଙ୍କୁ ଶିମିଳିପାଳର ସୁରକ୍ଷାରେ ମୁତୟନ କରାଯାଇଥିଲା । ଶିକାରୀମୁକ୍ତ କରି ବନ୍ୟଜନ୍ତୁ ମାନଙ୍କୁ ସୁରକ୍ଷା ଦେବା ଓ ପର୍ଯ୍ୟଟକ ମାନଙ୍କୁ ଆନନ୍ଦ ଦେବା କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯାଉଥିଲା । ପରେ ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ସୁନ୍ଦରୀକୁ ମନିଟରିଙ୍ଗ କରିବାକୁ ମହେନ୍ଦ୍ରକୁ ସେଠାକୁ ପଠାଯାଇଥିଲା। ୫ ବର୍ଷ ପରେ ମହେନ୍ଦ୍ର ପୁଣି ଶିମିଳିପାଳକୁ ଫେରି ଆସିଥିଲା। ଗତ କିଛି ଦିନ ହେଲା, ସେ ଅସୁସ୍ଥ ହୋଇ ପଡ଼ିଥିଲା। ଗତକାଲି ମୃତ୍ୟୁ ହୋଇଚି। ଆଜି ମୃତଦେହର ବ୍ୟବଚ୍ଛେଦ କରାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

Latest Posts

Don't Miss