ଓଡ଼ିଶାରେ କେତେ ଥର ହୋଇଛି ଟ୍ରେନ ଦୁର୍ଘଟଣା, ଆଉ କେଉଁଠି ହୋଇଛି ଜାଣନ୍ତୁ
1 min read
ଭୁବନେଶ୍ବର : ଓଡ଼ିଶାରେ ଅନେକ ସମୟରେ ଟ୍ରେନ ଦୁର୍ଘଟଣା ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁଠି ଆଉ କେତେବେଳେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା ।
୧ ଜୁନ୧୯୯୫- ହୀରାକୁଦ ଏକ୍ସପ୍ରେସ ଦୁର୍ଘଟଣାରେ ୧୫ ମୃତ ହୋଇଥିଲା । ୧୫ ଅଗଷ୍ଟ ୧୯୯୭- ବିଶାଖାପାଟଣା-ବ୍ରହ୍ମପୁର ମଧ୍ୟରେ କରମଣ୍ଡଳ ଦୁର୍ଘଟଣାରେ ୭୫ ମୃତ ହୋଇଥିଲା । ୧୩ ଫେବ୍ରୁଆରୀ ୨୦୦୯- ଯାଜପୁରରେ ହାଓ୍ବଡା- ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ୧୬ ମୃତ, ୧୬୦ ଆହତ ହୋଇଥିଲେ । ୨୯ ସେପ୍ଟେମ୍ବର ୨୦୧୬- କଟକରେ ଟ୍ରେନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ ୨୭ ଜାନୁଆରୀ ୨୦୨୨- କଟକ ରେଳ ଷ୍ଟେସନ ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ସେହିପରି ୯ ଫେବୃଆରୀ ୨୦୨୨- ଖୋର୍ଦ୍ଧା ଆଙ୍କୁଲାରେ ମଧ୍ୟ ମାଲବାହୀ ଟ୍ରେନ ଲାଇନଚ୍ୟୁତ ।
୨୩ ଏପ୍ରିଲ ୨୦୨୨- ରାୟଗଡ଼ା ପିତାମହଲରେ ଧାନବାଦ-ଆଲେପି ଏକ୍ସପ୍ରେସ ଧକ୍କାରେ ୨୭ ମଇଁଷି ମୃତ ହୋଇଥିବା ବେଳେ ୨୧ ମେ ୨୦୨୨- ବାଲେଶ୍ବର ସୋରରେ ଚଳନ୍ତା ଟ୍ରେନରେ ନିଆଁ ଲାଗିଯାଇଥିଲା । ୩୦ ମେ ୨୦୨୨-ଖୋର୍ଦ୍ଧା କାଳୁପଡା ଘାଟରେ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ହୋଇଥିଲା । ୨୩ ଅଗଷ୍ଟ ୨୦୨୨-ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ଓ ୧୨ ସେପ୍ଟେମ୍ବର ୨୦୨୨ ଜୟପୁରର ଛତ୍ରିପୁଟରେ ବିଶାଖାପାଟଣା-କିରଣ୍ଡୁଳ ଟ୍ରେନ ଲାଇନଚ୍ୟୁତ ହୋଇଥିଲା ।
୧୭ ସେପ୍ଟେମ୍ବର ୨୦୨୨- ଭଦ୍ରକରେ ହାଓ୍ବଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ
୧୩ ଅକ୍ଟୋବର ୨୦୨୨- ସମ୍ବଲପୁର ସରଲା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
୧୮ ଅକ୍ଟୋବର ୨୦୨୨-ଝାରସୁଗୁଡ଼ା-ବ୍ରଜରାଜନଗର ଷ୍ଟେସନରେ ପାସେଞ୍ଜର ଟ୍ରେନରେ ଅଗ୍ନିକାଣ୍ଡ
୨୦ ଅକ୍ଟୋବର ୨୦୨୨- ସୋରରେ ଖଡ଼ଗପୁର ଭୁବନେଶ୍ବର ମେମୁ ଟ୍ରେନରେ ଅଗ୍ନିକାଣ୍ଡ ।
୨୧ ନଭେମ୍ବର ୨୦୨୨-ଯାଜପୁର କୋରାଇରେ ମାଲବାହୀ ଟ୍ରେନ ଦୁର୍ଘଟଣା: ୩ ମୃତ
୨୨ ନଭେମ୍ବର ୨୦୨୨- ପୁରୀ ମାଳତିପାଟପୁରରେ ପୁରୀ-ହାଓ୍ୱଡା ଟ୍ରେନ ଲାଇନଚ୍ୟୁତ
୨ ଜୁନ ୨୦୨୩- ବାଲେଶ୍ବର ବାହାନଗାରେ ଦୁର୍ଘଟଣା: ୨୮୦ ମୃତ
୩୦ ମାର୍ଚ୍ଚ ୨୦୨୫- କଟକ ନିର୍ଗୁଣ୍ଡିରେ ବେଙ୍ଗାଳୁରୁ-କାମାକ୍ଷା ଏକ୍ସପ୍ରେସର ୧୧ ବଗି ଲାଇନଚ୍ୟୁତ ହୋଇଛି ।