ଟ୍ରେନ ଯାତ୍ରା ସମୟରେ ନିଅନ୍ତୁନି ଏହିସବୁ ଜିନିଷ, ନହେଲେ ଫାଇନ ସହ ଯିବାକୁ ପଡ଼ିପାରେ ଜେଲ୍

ନନ୍ଦିଘୋଷ ବ୍ୟୁରୋ: ତାମିଲନାଡ଼ୁର ମଦୁରାଇ ରେଳଷ୍ଟେସନରେ ଘଟିଥିବା ଅଘଟଣ ସମସ୍ତଙ୍କ ଆଚମ୍ବିତ କରିଛି । ଗ୍ୟାସ ସିଲିଣ୍ଡର ପାଇଁ ୧୦ ଜଣଙ୍କ ଜୀବନ ଯାଇଥିବାବେଳେ ୨୦ଜଣ ଗୁରୁତର ଆହତ ହୋଇଛନ୍ତି । ରେଳଯାତ୍ରା ସମୟରେ ଗ୍ୟାସ ସିଲିଣ୍ଡର ନେବା ଅବୈଧ ହୋଇଥିବାବେଳେ ଏହା ନେବା ଦଣ୍ଡନୀୟ ଅପରାଧ । ତେବେ ଗ୍ୟାସ ଭଳି ଅନେକ ସାମଗ୍ରୀ ରହିଛି ଯାହାକି ଯାତ୍ରା ସମୟରେ ନେବା ଦଣ୍ଡନୀୟ ଅପରାଧ । ତେବେ ଏସବୁ ସାମଗ୍ରୀ ଗୁଡ଼ିକ ହେଲା ଗ୍ୟାସ ସିଲିଣ୍ଡର, ଷ୍ଟୋଭ୍, ବାଣ, ଏସିଡ୍, ଚମଡ଼ା, ଗ୍ରୀସ୍, ଦୁର୍ଗନ୍ଧଯୁକ୍ତ ସାମଗ୍ରୀ, ନିଶାଯୁକ୍ତ ସାମଗ୍ରୀ କିମ୍ବା କୌଣସି ଜ୍ବଳନ୍ତ ରାସାୟନିକ ପଦାର୍ଥ । ଏପରିକି ୨୦ କିଲୋ ପର୍ଯ୍ୟନ୍ତ ଘିଅ ନେଇପାରିବେ ।

ଟ୍ରେନରେ ଯାତ୍ରା କରୁଥିବା ସମୟରେ ନିଷିଦ୍ଧ ସାମଗ୍ରୀ ନେବା ଆଇନତଃ ଅପରାଧ । ଯଦି କେହି ଏସବୁ ନେବା ସମୟରେ ଧରାପଡ଼ନ୍ତି ତାହେଲେ ରେଳ ନିୟମ ଧାରା ୧୬୪ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଭାରି ଜରିମାନା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ।