ପକେଟରୁ ଯିବ ଦୁଇଗୁଣା ଟଙ୍କା

1 min read

ନୂଆଦିଲ୍ଲୀ: ଏଣିକି ଟ୍ରେନ୍‌ଯାତ୍ରା ମହଙ୍ଗା ହେବ । ଖାଇବା ପାଇଁ ଟ୍ରେନ୍‌ରେ ଦେବାକୁ ପଡ଼ିବ ଦୁଇଗୁଣା ଟଙ୍କା । ଟ୍ରେନ୍‌ରେ ଚା’, ଜଳଖିଆ ଏବଂ ମିଲ୍‌ ଖାଇବାକୁ ହେଲେ ପୂର୍ବାପେକ୍ଷା ଅଧିକ ଟଙ୍କା ଦେବାକୁ ପଡ଼ିିବ । ରେଲେଓ୍ୱ ବୋର୍ଡର ଆଇଆରସିଟିସି ପକ୍ଷରୁ ଏନେଇ ସର୍କୁଲାର ଜାରି କରାଯାଇଛି । ରାଜଧାନୀ, ଦୂରନ୍ତ ଏବଂ ଶତାବ୍ଦୀ ଏକ୍ସପ୍ରେସ୍‌ରେ ପ୍ରଥମେ ନୂଆଦର ଲାଗୁ କରାଯିବ । ଏସି ଓ ସ୍ଲିପର ବଗି ପାଇଁ ଭିନ୍ନଭିନ୍ନ ରହିଛି ।

NEW PRICE LIST
REL WAY CATERING CHARGES

ଏସି ଟେ୍ରନ୍‌ ଯାତ୍ରୀଙ୍କୁ ଗୋଟିଏ କପ୍‌ ଚା’ ପାଇଁ ୧୦ ଟଙ୍କା ପରିବର୍ତ୍ତେ ୩୫ ଟଙ୍କା ଦେବାକୁ ପଡ଼ିବ । ସ୍ଲିପର ଯାତ୍ରୀଙ୍କୁ କପେ ଚା’ ପାଇଁ ୧୫ ଟଙ୍କା ଦେବାକୁ ପଡ଼ିବ । ସେହଭିଳି ମଧ୍ୟାହ୍ନ ଓ ରାତ୍ରୀ ଭୋଜନ ପାଇଁ ସ୍ଲିପର ଯାତ୍ରୀଙ୍କୁ ପୂର୍ବରୁ ୮୦ ଟଙ୍କା ଦେବାକୁ ପଡୁଥିଲା । ଏବେ ୧୨୦ ଟଙ୍କା ଦେବାକୁ ପଡିବ । ଏହି ନୂଆ ଦର ଟିକେଟିଂ ସିଷ୍ଟମରେ ୧୫ ଦିନ ମଧ୍ୟରେ ଅପ୍‌ଡେଟ୍‌ କରାଯିବ ।

TRAIM MIL

ଅପଡେଟ୍‌ର ୪ ମାସ ପରେ ଯାତ୍ରୀଙ୍କ ପାଇଁ ଲାଗୁ କରାଯିବ ବୋଲି ରେଲେଓ୍ୱ ବୋର୍ଡ ସୂଚନା ଦେଇଛି । ଟ୍ରେନ୍‌ରେ ଯାତ୍ରୀଙ୍କୁ ଉନ୍ନତ ମାନର ଖାଦ୍ୟ ପ୍ରଦାନ ପାଇଁ ଏହି ପଦକ୍ଷେପ ନିଆଯାଇଛି । ଟ୍ରେନ୍‌ ଟିକେଟ୍‌ କିଣିବା ସମୟରେ ହିଁ ଗସ୍ତ ସମୟର ସମସ୍ତ ଖାଇବା ଖର୍ଚ୍ଚ ଯାତ୍ରୀଙ୍କୁ ଦେବାକୁ ପଡ଼ିବ । ୨୦୧୪ ପରେ ଦ୍ୱିତୀୟ ଥରପାଇଁ ଟ୍ରେନ୍‌ର ଖାଦ୍ୟଦର ପରିବର୍ତ୍ତନ କରାଯାଇଛି । … ')}

Leave a Reply