spot_img

Latest Posts

ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା, ୩୨ ମୃତ ଓ ୬୦ରୁ ଉର୍ଦ୍ଧ୍ୱ ଗୁରୁତର

ଇଜିପ୍ଟ: ଦକ୍ଷିଣ ଇଜିପ୍ଟରେ ଶୁକ୍ରବାର ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା ହେବା ଫଳରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୬୬ ଜଣ ଆହତ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ସୋହାଗ ପ୍ରଦେଶର ତାହଟା ଜିଲ୍ଲାରେ ଏହି ଅଘଟଣ ଘଟିଛି । ମିଶରର ରାଜଧାନୀ କାଇରୋ ଠାରୁ ତାହଟା ଜିଲ୍ଲା ପ୍ରାୟ ୪୬୦ କିଲୋମିଟର ଦୂରରେ ଅବସ୍ଥିତ ।

ଭିଡିଓ ଫୁଟେଜରେ ଟ୍ରେନର ଅନେକ କୋଚ୍ ଓଲଟି ପଡିଥିବା ନଜର ଆସିଛି ।

 

ଉଲ୍ଲେଖନୀୟ, ନିକଟ ଅତୀତରେ ପର୍ଯ୍ୟାପ୍ତ ପରିମାଣର ଭିତ୍ତିଭୂମି ଏବଂ ରକ୍ଷଣାବେକ୍ଷଣ ଅଭାବ ହେତୁ ଇଜିପ୍ଟରେ ଅନେକ ବଡ଼ଧରଣର ରେଳ ଦୁର୍ଘଟଣା ଘଟିଛି। ୨୦୦୨ ମସିହାରେ ହୋଇଥିବା ଏକ ଟ୍ରେନ୍ ଦୁର୍ଘଟଣାରେ ୩୭୩ ଜଣ ପ୍ରାଣ ହରାଇଥିଲେ।

ସେହିପରି ଗତ ବର୍ଷ ମାର୍ଚ୍ଚରେ କାଇରୋରେ ଦୁଇଟି ଟ୍ରେନ୍ ଧକ୍କାରେ ୧୩ ଜଣ ଆହତ ହୋଇଥିଲେ । ଯାହା ପରେ ଦେଶରେ ରେଳ ସେବାକୁ ଆଶିଂକ ଭାବେ କିଛି ଦିନ ଲାଗି ସ୍ଥଗିତ ରଖାଯାଇଥିଲା । ଅପରପକ୍ଷେ ୨୦୧୯ ମସିହା ଫେବୃଆରୀ ମାସରେ ଏକ ଟ୍ରେନରେ ନିଆଁ ଲାଗି ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।

Latest Posts

Don't Miss