ସିଗନାଲ ଓଭର ସୁଟିଂରୁ ଟ୍ରେନ୍ ଦୁର୍ଘଟଣା
1 min read
ବ୍ୟୁରୋ ରିପୋର୍ଟ: ପୁଣି ଟ୍ରେନ ଦୁର୍ଘଟଣା । ବିଶାଖାପାଟଣା-ପଲାସାକୁ ଧକ୍କା ଦେଲା ବିଶାଖାପଟାଣା-ରାୟଗଡା ଟ୍ରେନ୍ । ସିଗନାଲ ଓଭର ସୁଟିଂରୁ ଏହି ଟ୍ରେନ୍ ଦୁର୍ଘଟଣା ହୋଇଥିବା ସିପିଆରଓ ପକ୍ଷରୁ ସୂଚନା ଦିଆଯାଇଛି । ବିପଦ ସଙ୍କେତରୁ ଆଗକୁ ଯାଇଛି ଟ୍ରେନ୍ । ୨ଟି ଟ୍ରେନ୍ ବାତିଲ କରାଯାଇଛି । ୫ଟି ଟ୍ରେନର ରୁଟ୍ ବଦଳିଛି । ସଂନ୍ଧ୍ୟା ୭ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଆନ୍ଧ୍ରପ୍ରଦେଶ ରାଜ୍ୟ ଆଲମଣ୍ଡା ଓ କଣ୍ଟକାପଲ୍ଲୀ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନର ୪ ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଜଣ ଆହତ ହୋଇଛନ୍ତି। ବିଶାଖାପାଟଣା ଏବଂ ବିଜୟନଗରମ ଠାରୁ ଦୁର୍ଘଟଣା ରିଲିଫ ଟ୍ରେନ ଯାଇଛି । ବିଶାଖାପାଟଣା ଠାରୁ ଡିଆରଏମ୍ କାର୍ଯ୍ୟାଳୟ ଅଧିକାରୀ ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି।