ପୁରୀରେ ଲାଇନଚ୍ୟୁତ ଟ୍ରେନ୍ ବଗି
1 min read
ପୁରୀ: ରେଳ ଷ୍ଟେସନ ନିକଟରେ ଅଘଟଣ । ପୁରୀ-ଗୁଣପୁର ଟ୍ରେନ ପଛକୁ ଫେରିବା ବେଳେ ପଛ ଲାଇନଚ୍ୟୁତ ଘଟିଛି ବଗି । ବଗିରେ କୌଣସି ଯାତ୍ରୀ ନଥିଲେ, ତେଣୁ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ସେପଟେ ବଗିଟି ଲାଇନଚ୍ୟୁତ ଘଟି ଷ୍ଟେସନ ନିକଟରେ ରହିଛି । ସେପଟେ ଘଟଣା ବିଷୟରେ ଖବର ପାଇ ରେଳ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଁଚିଛନ୍ତି ।
କାହିଁକି ଓ କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେ ବିଷୟରେ ଅନୁଧ୍ୟାନ କରୁଛନ୍ତି ଅଧିକାରୀ । ଏନେଇ ମଧ୍ୟ ଏକ ଟିମ୍ ତଦନ୍ତ କରିବ ବୋଲି ସୂଚନା ମିଳିଛି । ଯେଉଁଥିରେ କାହିଁକି ଓ କେଉଁ କାରଣରୁ ବଗି ଲାଇନଚ୍ୟୁତ ଘଟିଲା ସ୍ପଷ୍ଟ ହେବ । ସେପଟେ ଯଦି ବଗିରେ ଯାତ୍ରୀ ରହିଥାଆନ୍ତେ, ତେବେ ବଡ଼ ଧରଣର ଅଘଟଣ ଘଟିଥାନ୍ତା ନିଶ୍ଚୟ ।