ମୋବାଇଲରେ କ୍ରିକେଟ୍ ମ୍ୟାଚ୍ ଦେଖିବା ନିଶା ପାଇଁ ହୋଇଥିଲା ଏହି ବଡ଼ ରେଳ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ଅକ୍ଟୋବର ୨୯, ୨୦୨୩ ମସିହାରେ ଆନ୍ଧ୍ରପ୍ରଦେଶରେ ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣାର ଖୁଲାସା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରାୟଗଡ଼ା ପାସେଞ୍ଜର ଟ୍ରେନ ବିଶାଖାପାଟଣାମ ପଲାସା ମଧ୍ୟ ଦୁର୍ଘଟଣା ଘଟିଥିଲା । ଯେଉଁ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଟ୍ରେନର ଲୋକ ପାଇଲଟ ଏବଂ ସହାୟକ ଲୋକ ପାଇଲଟ ମୋବାଇଲରେ କ୍ରିକେଟ ମ୍ୟାଚ୍ ଦେଖୁଥିଲେ । ସେମାନଙ୍କ ଅସାବଧାନତା କାରଣରୁ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଇଛି । ତେବେ ଆଗକୁ ଏଭଳି ଭୁଲର ପୁନରାବୃତ୍ତି କିଭଳି ନହେବ ସେ ଉପରେ ରେଳବାଇ ପକ୍ଷରୁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ ।

କହି ରଖୁଛୁ କି, ଅକ୍ଟୋବର ୨୯, ୨୦୨୩ ମସିହା ସଂନ୍ଧ୍ୟା ୭ଟାରେ ଏହି ଟ୍ରେନ ଦୁର୍ଘଟଣା ଘଟିଥିଲା । ବିଜୟନଗରମ ଜିଲ୍ଲାର କଣ୍ଟାକାପଲ୍ଲୀରୀ ଏହି ଦୁର୍ଘଟଣା ଘଟିଥିଲା । ଯଦିଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ପହଞ୍ଚାଇଥିଲେ ତଥାପି ଅକାଳରେ ୧୪ ଜଣଙ୍କ ଜୀବନ ଚାଲିଯାଇଥିଲା । ସେପଟେ ରେଳବାଇର ନୂଆ ନିୟମ ସମ୍ପର୍କରେ ଆଲୋକପାତ କରିଛନ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କହିଛନ୍ତି କି, ଆଗାମୀ ଦିନରେ ଏଭଳି କିଛି ଦୁର୍ଘଟଣା ଘଟିବା ପୂର୍ବରୁ ଆମେ ସଚେତନ ହୋଇଯିବୁ । ଏଭଳି ଅଘଟଣକୁ ଏଡ଼ାଇବା ପାଇଁ ଯୋଜନା ମଧ୍ୟ କରାଯାଉଛି ।