spot_img

Latest Posts

ସ୍କୁଲ ଛାତ ଭୁଶୁଡି ୬ ପିଲାଙ୍କ ମୃତ୍ୟୁ, ୨୨ ଛାତ୍ର ଆହତ

ନନ୍ଦିଘୋଷ ବ୍ୟୁରୋ : ରାଜସ୍ଥାନର ଝାଲାୱାଡ ଜିଲ୍ଲାରେ ଘଟିଛି ଏକ ବଡ଼ ଅଘଟଣ । ଅଚାନକ ଭୁଶୁଡ଼ି ପଡିଲା ଏକ ସରକାରୀ ସ୍କୁଲର ଛାତ, ଭଗ୍ନାବଶେଷ ତଳେ ଚାପହୋଇ ରହିଯାଇଥିଲେ ଛାତ୍ରଛାତ୍ରୀ । ମନୋହରଥାନା ବ୍ଲକର ପିପ୍ଲୋଡି ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ି ପଡ଼ିବା ଫଳରେ ୬ ଜଣ ପିଲାଙ୍କ ମୃତ୍ୟୁ ଘଟିଛି ଏବଂ ୨୨ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣା ପଡିଛି। ଏବେ ବି  ଅନେକ ପିଲା ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।

ଘଟଣା ପରେ, ଅଞ୍ଚଳରେ ଅରାଜକତା ସୃଷ୍ଟି ହୋଇଛି ଏବଂ ଯୁଦ୍ଧକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଜେସିବି ସାହାଯ୍ୟରେ ଭଗ୍ନାବଶେଷ ହଟାଯାଉଛି। ଆହତ ପିଲାମାନଙ୍କୁ ମନୋହର ଥାନା ସିଏସସିକୁ ଅଣାଯାଉଛି। କୁହାଯାଉଛି ଯେ ପ୍ରବଳ ବର୍ଷା ଯୋଗୁଁ ଏହି ସରକାରୀ ବିଦ୍ୟାଳୟର ପୁରୁଣା କୋଠାର ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଛାତ ଭୁଶୁଡ଼ି ପଡ଼ିବା ଯୋଗୁଁ ସ୍କୁଲରେ ପଢ଼ୁଥିବା ଅନେକ ଛାତ୍ର ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ।

Latest Posts

Don't Miss