ଟ୍ରାଫିକ୍ କଟକଣା ଜୋରଦାର, ରାସ୍ତାରେ ଖସିଗଲେ ବି ଯଦି ନିୟମ ଭାଙ୍ଗିଥିଲେ ଘରକୁ ଯିବ ଚାଲାଣ

1 min read

ଭୁବନେଶ୍ୱର : ଆପଣ ଟ୍ରାଫିକରେ ଧରା ନପଡ଼ିଲେ ବି ଯଦି ନିୟମ ଭାଙ୍ଗିଛନ୍ତି ତେବେ ଜୋରିମାନା ଗଣିବେ । ମେଟ୍ରୋ ସହର ଭଳି ଓଡ଼ିଶାରେ ସିସିଟିଭିରେ ନିୟମ ଖିଲାପକାରୀଙ୍କୁ ଚିହ୍ନଟ କରି ଘରକୁ ଚାଲାଣ ପଠାଇବ ପରିବହନ ବିଭାଗ । ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ପ୍ରଥମ କରି ଆରମ୍ଭ ହେବ ସେବା ।

ରାଜଧାନୀର ୮ଟି ପ୍ରମୁଖ ଛକରେ ଲାଗିବ ସିସିଟିଭି କ୍ୟାମେରା । ପ୍ରଥମ କରି ରୂପାଲି ଛକରେ ଏହାକୁ ପରୀକ୍ଷାମୂଳକ ଭାବେ ଲଗାଯିବ । ସିସିଟିଭିରୁ ଚିହ୍ନଟ ହେବ ଗାଡ଼ି ଓ ଗାଡ଼ିର ନମ୍ବର । ଏହାପରେ ନିୟମ ଉଲଙ୍ଘନକାରୀଙ୍କ ଠିକଣାରେ ଡାକଯୋଗେ ପଠାହେବ ଚାଲାଣ ।

ଟ୍ରାଫିକ୍ ପାଇଁ ୩-ଇ ଅନୁଯାୟୀ କମିଶନରେଟ ପୋଲିସ କାର୍ଯ୍ୟ କରୁଥିବା କମିଶନର କହିଛନ୍ତି ।  ଧରପଗଡ଼ ବେଳେ ବଡି କ୍ୟାମେରା କିମ୍ବା ସିସିଟିଭି ଥିବା ସ୍ଥାନରେ ଚାଲାଣ କରାଯିବ । ଜୋରିମାନା ପାଇଁ କମିଶନରେଟ ପୋଲିସ ପଷରୁ ଖୋଲାଯିବ କାଉଣ୍ଟର । ସିସିଟିଭି ସର୍ଭେଲାନ୍ସ ଜରିଆରେ ପ୍ରତିଦିନ ଶହେରୁ ଅଧିକ ଚାଲାଣ କରାଯାଇଛି ବୋଲି ସୂଚନା ଦିଆଯାଇଛି ।

ପ୍ରଥମେ ଭୁବନେଶ୍ୱରର ରୁପାଲି ଛକରେ ଆରମ୍ଭ କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ଚାଲାଣ, ସ୍ପଟରେ ନହେଲେ ଘରକୁ ପଠାଯିବ ।  ଆସନ୍ତା କାଲିଠାରୁ ରୁପାଲି ଛକରୁ ଆରମ୍ଭ ହେବ ଟ୍ରାଫିକ ଭାଓଲେସନ ଡିଟେକସନ୍ ସିଷ୍ଟମ । ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ୮ଟି ସ୍ଥାନରେ ଲାଗୁ ହେବ ଏହି ବ୍ୟବସ୍ଥା । ଏଥିରେ ଏଜି ଛକ, ନାଲକୋ ଛକ, କିଟ୍ ଛକ, କଳ୍ପନା ଛକ ପ୍ରଭୃତି ସ୍ଥାନରେ ଲଗାଯିବ ବୋଲି ଜଣାପଡ଼ିଛି ।

ଆପଣ ଏ ସବୁ କଲେ ଟ୍ରାଫିକ୍ ଚାଲାଣରୁ ରକ୍ଷା ପାଇପାରିବେ 

୧. ଗାଡ଼ି ଚଳାଇବା ବେଳେ ସିଟବେଲ୍ଟ ଓ ହେଲମେଟ୍ ପିନ୍ଧନ୍ତୁ

୨. ମଦପିଇ ଗାଡ଼ି ଚଳାଇବେ ନାହିଁ  ।

୩. ଦୁଇ ଜଣ ବଦଳରେ ଟୁ ହୁଇଲରରେ ୩ ଜଣ ବସିବେ ନାହିଁ ।

୪.ଟ୍ରାଫିକରେ ଥିବା ରେଡ୍ ଲାଇଟ୍ ଜଳୁଥିବା ବେଳେ ଟ୍ରାଫିକ୍ ଅତିକ୍ରମ କରିବେ ନାହିଁ ।

୫. ଆବଶ୍ୟକତା ଠାରୁ ଓଭର ଲୋଡିଂ ନେବେ ନାହିଁ ।

୬. ଭୁଲ୍ ରାସ୍ତାରେ ଗାଡ଼ି ଚଳାଇବେ ନାହିଁ ।

୭. ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ନିଜ ପାଖରେ କିମ୍ୱା ଡିଜି ଲକରରେ ରଖିବେ ।

୮. ମୋବାଇଲରେ କଥା ହୋଇ ହୋଇ ଗାଡ଼ି ଚଳାଇବେ ନାହିଁ ।

୯. ଦୃତ ଗତିରେ କିମ୍ୱା ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଇବେ ନାହିଁ ।

୧୦. ଟ୍ରାଫିକରେ ବିଶୃଙ୍ଖଳା କରିବେ ନାହିଁ । ଗାଡ଼ିର କାଗଜପତ୍ର ସାଙ୍ଗରେ ରଖିବେ ।

 

Leave a Reply