ଟାଉନ ଭିତରେ ଶହ ଶହ ସଂଖ୍ୟାରେ ହେଉଛି ବସ ଚଳାଚଳ, ହେଲେ ସରିପାରୁନି ନୂଆ ବସ ଟର୍ମିନାଲ କାମ

ବଲାଙ୍ଗିର: ବଲାଙ୍ଗିର ଟାଉନରେ ଉତ୍କଟ ଟ୍ରାଫିକ୍ ସମସ୍ୟା । ଦିନକୁ ଦିନ ଗାଡି ମଟର ବଢୁଥିବାରୁ ସହରରେ ଟ୍ରାଫିକ୍ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ସହର ଭିତରେ ବସ୍ ପ୍ରବେଶ ଯୋଗୁଁ ବଢୁଛି ଦୁର୍ଘଟଣା । ଟାଉନ ଭିତରେ ଶହ ଶହ ସଂଖ୍ୟାରେ ବସ ଚଳାଚଳ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଅନ୍ୟପେଟ ବଲାଙ୍ଗିରରେ ନୂତନ ବସ ଟର୍ମିନାଲ କାମ ଅଧାପନ୍ତରିଆ ହୋଇପଡ଼ିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଉଛି ବୋଲି ସହରବାସୀ ଅଭିଯୋଗ କରିଥିବା ବେଳେ କାମ ଶୀଘ୍ର ସରିବାକୁ ଦାବି କରିଛନ୍ତି ।

ରାଜ୍ୟର ପୁରାତନ ସହର ବାଲାଙ୍ଗିର, ବିକାଶ ପଥେ ଆଗେଇ ଚାଲିଥିବା ବେଳେ ଟାଉନରେ ଟ୍ରାଫିକ୍ ସମସ୍ୟା ମୁଣ୍ଡ ବ୍ୟଥାର କାରଣ ପଲିଟିଛି । ସହର ଭିତରେ ଦୈନିକ ଶହ ଶହ ସଂଖ୍ୟାରେ ବସ୍ ପ୍ରବେଶ ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ଫଳରେ ଦୁର୍ଘଟଣା ଘଟିବା ସହ ସାଧାରଣ ଲୋକ ବହୁ ଆସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଟାଉନ ଭିତରେ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ବସ୍ ଟର୍ମିନାଲ ସହମତି ପ୍ରକାଶ ପାଇଛି । ଏଥି ପାଇଁ ୧୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୧୮ ମାସ ଭିତରେ କାମ ସାରିବା ପାଇଁ ଧାର୍ଯ୍ୟ କରାଯାଇଥିଲା । ହେଲେ ଏହା ମଧ୍ୟରେ ଅଢେଇ ବର୍ଷ  ବିତିଯାଇଥିଲେ ମଧ୍ୟ ଠିକା ସଂସ୍ଥା ଅଧାକାମ ସାରିଛି । ସେପଟେ ବସ ଟର୍ମିନାଲ କାର୍ଯ୍ୟର ସମୀକ୍ଷା ସହ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଧା କାମ ସମ୍ପୂର୍ଣ୍ଣ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply