ଭାରତ ବନ୍ଦର ଭୟଙ୍କର ଚିତ୍ର, ଘଣ୍ଟାଘଣ୍ଟା ଅଟକିଲେ ଶହଶହ ଗାଡି
1 min readନୂଆଦିଲ୍ଲୀ: କେନ୍ଦ୍ରର ଅଗ୍ନିପଥ ଯୋଜନା ପ୍ରତିବାଦରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଯୋଗୁଁ ହାଇଆଲର୍ଟରେ ଆରପିଏଫ୍ ଓ ଜିଆରପି । ଫଳରେ ୫୨୯ଟି ଟ୍ରେନକୁ ବାତିଲ କରାଯାଇଛି ।
ୟୁପିର ନୋଏଡା ଓ ରାଜସ୍ଥାନ ଜୟପୁର ସମେତ ଦେଶର ଅନ୍ୟ ବଡ ସହରରେ ସିଆରପିସି ଧାରା ୧୪୪ ଲାଗୁ କରାଯାଇଛି । ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା ଓ ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସ ମଧ୍ୟ ଆଜି ସମଗ୍ର ଦେଶରେ ଶାନ୍ତିପୂର୍ଣ୍ଣ ବିରୋଧ କରୁଛି । କଂଗ୍ରେସର ପ୍ରଦର୍ଶନକୁ ଦେଖି ଦିଲ୍ଲୀ ସରକାର ଟ୍ରାଫିକ ଆଡଭାଇଜରୀ ଜାରି କରିଛନ୍ତି । ମାତ୍ର ଭାରତ ବନ୍ଦର ଭୟଙ୍କର ଚିତ୍ର ଆଜି ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ।
#WATCH | Massive traffic snarl on the Sarhaul border at Delhi-Gurugram expressway as Delhi Police begins checking of vehicles in wake of #BharatBandh against #AgnipathScheme, called by some organisations. pic.twitter.com/QPYtguMKV1
— ANI (@ANI) June 20, 2022
ନୋଏଡାରୁ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରାଫିକ ଜାମ ଦେଖିବାକୁ ମିଳିଛି ।ନୋଏଡା ଏକ୍ସପ୍ରେସ ୱେରେ ମହାମାୟା ପୁଲ ଠାରୁ ନୋଏଡା ଗେଟ ପର୍ଯ୍ୟନ୍ତ ପାଖାପାଖି ୨ କିଲୋମିଟର ଲମ୍ବା ଜାମ୍ ଲାଗି ରହିଛି । ସେହିପରି ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଜାମ୍ କାରଣରୁ ଲୋକଙ୍କୁ ନାକେଦମ ହେବାକୁ ପଡିଛି । ଘଣ୍ଟାଘଣ୍ଟା ଧରି ରାସ୍ତାରେ ଧାଡ଼ି କରି ଅଟକି ରହିଛନ୍ତି ଗାଡି । ଦିଲ୍ଲୀ ଆସୁଥିବା ଗାଡି ଗୁଡିକର କଡା ଚେକିଂ ଚାଲିଥିବାରୁ ଏଭଳି ଭୟଙ୍କର ଟ୍ରାଫିକ ସମସ୍ୟା ଉପୁଜିଛି ।
ଅଗ୍ନିପଥ ଯୋଜନା ବିରୋଧରେ ଭାରତ ବନ୍ଦକୁ ନଜରରେ ରଖି ୟୁପି ପୋଲିସ ମଧ୍ୟ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିଛି । ଫଳରେ ନୋଏଡା-ଦିଲ୍ଲୀ ଲିଙ୍କ ରୋଡ ସ୍ଥିତ ଚିଲ୍ଲା ବର୍ଡରରେ ଟ୍ରାଫିକ ସମସ୍ୟା ଦେଖାଦେଇଛି ।
#WATCH | Heavy traffic at Noida-Delhi Link Road at Chilla border due to security checks by UP Police in wake of Bharat Bandh against #AgnipathScheme
ADCP Noida, Ranvijay Singh says, "We're ensuring that no protester can pass through here, we're coordinating with Delhi Police." pic.twitter.com/SczgaxTn3W
— ANI UP/Uttarakhand (@ANINewsUP) June 20, 2022
ଅନେକ ରାଜ୍ୟରେ ବ୍ୟାପକ ବିକ୍ଷୋଭ କରୁଛନ୍ତି ଆଶାୟୀ । ଏପଟେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ଅଗ୍ନିପଥକୁ ବିରୋଧ ଆଶଙ୍କାରେ ଆଲର୍ଟ ମୋଡ଼ରେ ରହିଛି ପ୍ରଶାସନ । ରାଜଧାନୀ ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଓ ପଳାଶୁଣି, ରସୁଲଗଡ଼, ଖଣ୍ଡଗିର, ବରମୁଣ୍ଡା ଆଦି ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ସଜାଗ ରହିଛି ପୋଲିସ । ସାରା ରାଜଧାନୀର ବିଭିନ୍ନ ଛକରେ ୨୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।