ଅକ୍ଷୟ ତୃତୀୟା ଅବସରରେ ଶୁଣନ୍ତୁ ଚାଷୀର ପାରମ୍ପରିକ ହଲିଆ ଗୀତ

ବଲାଙ୍ଗିର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ବଲାଙ୍ଗୀର ଜିଲ୍ଲାର ଚାଷୀ । ମାଟି ମାଆଙ୍କୁ ପୂଜାର୍ଚ୍ଚନା ପୂର୍ବକ ଚଳିତ ବର୍ଷ ଭଲ ବର୍ଷା ସାଙ୍ଗକୁ ଭଲ ଅମଳ ପାଇଁ ପ୍ରାଥନା କରିଛନ୍ତି । ହଲ, ଲଂଗଳ ଓ କୃଷି ଉପକରଣ ଗୁଡିକୁ ପୂଜାର୍ଚ୍ଚନା ପରେ ନିଜ ନିଜ ବିଲରେ ପାରମ୍ପରିକ ହାଲିଆ ଗୀତ ଗାଇ ଚାଷୀ ହଳ କରିଛି ।
ଚଳିତ ବର୍ଷ କାଳ ବୈଶାଖୀ ପାଇଁ ଗତ ୩ଦିନ ହେଲା ଝଡ଼ ବର୍ଷା ହୋଇଥିବାରୁ ଜମି ମାଟି ଓଦା ହୋଇଛି ଯାହା ଫଳରେ ଚାଷୀ ଚଳିତ ବର୍ଷ ଜମିରେ ନଙ୍ଗଲ ଲଗାଇ ହଳ କରିଛି । ଅକ୍ଷୟ ତୃତୀୟା ଅବସରରେ ଚାଷୀ ଖୁସିରେ ଜମିରେ ହଲିଆ ଗୀତ ଗାଇଛି । ଶୁଣନ୍ତୁ ବଲାଙ୍ଗୀର ଚାଷୀର ପାରମ୍ପରିକ ହଳିଆ ଗୀତ…