ଭୁବନେଶ୍ବରରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର, କର୍ଣ୍ଣାଟକର ତେଲ ଷ୍ଟଲରେ ଜମୁଛି ଭିଡ଼

ଭୁବନେଶ୍ୱର : ଅନ୍ତର୍ଜାତୀୟ ଟ୍ରେଡ ଫେୟାରରେ ଆଦିବାସୀ ତେଲର ଚାହିଦା । ଆଜିକାଲି ଚୁଟି ଝଡ଼ିବା ଓ ଚନ୍ଦାପଣ ବୃଦ୍ଧି ପାଉଥିବାରୁ ଏହି ତେଲ ଏଥିରୁ ମୁକ୍ତି ଦେବ ବୋଲି କହିଛନ୍ତି ବ୍ଯବସାୟୀ । କର୍ଣ୍ଣାଟକରୁ ଆସିଛି ଏହି ଆଦିବାସୀ ତେଲ । ଖାଲି ଦେଶରେ ନୁହେଁ ସାରା ବିଶ୍ବରେ ଏହାର ଚାହିଦା ରହିଥିବା କହିଛନ୍ତି ବ୍ଯବସାୟୀ । ବିଭିନ୍ନ ବନ୍ୟଜାତ୍ ଜଡ଼ିବୁଟିରୁ ପ୍ରସ୍ତୁତ ଏହି ଆଦିବାସୀ ତେଲ କିଣିବା ପାଇଁ ଏହି ମେଳାରେ ଭିଡ ଜମୁଛି । ଏହାସହ ଏହି ଅନ୍ତର୍ଜାତୀୟ ଟ୍ରେଡ ଫେୟାରରେ ମିଳୁଛି ଦେଶୀ ବିଦେଶୀ ଅନେକ ଜିନିଷ । ଆଫଗାନିସ୍ଥାନର ଡ୍ରାଏଫ୍ରୁଟ ଠାରୁ ଆରମ୍ଭ କରି ସେକେଣ୍ଡହ୍ଯାଣ୍ଡ କାର ଏଠାରେ ବିକ୍ରି ହେଉଛି ।
ଟ୍ରେଡ଼ ଫେୟାରର ଆଉ ଏକ ଆକର୍ଷଣ ସାଜିଛି ସ୍ମାର୍ଟ କିଚେନ ଇକ୍ୟୁପମେଣ୍ଟ । ଷ୍ଟଲରେ ବଡ ବଡ଼ ହୋଟେଲ, ବାର ଓ ରେସ୍ତୋରାଁ ପାଇଁ ସ୍ମାର୍ଟ କିଚେନ ଚୁଲା, ବଟା ସାମଗ୍ରୀ, ସୋଲାର ପାୱାର ଗେଟ ଅଟୋମେସନ, ନନ ଓଭାନ କ୍ୟାରି ବ୍ୟାଗ ଆଦି ଉପଲବ୍ଧ ହେଉଛି । ଓଡିଶାର ନିଜସ୍ୱ ବ୍ରାଣ୍ଡରେ ଏହାକୁ ନିର୍ମାଣ କରୁଛନ୍ତି ଯୁବ ଉଦ୍ୟୋଗୀ ତଥା ବ୍ରଦର୍ସ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ତରାସିଆ । ଚଳିତ ବର୍ଷ ୫ ଶହରୁ ଉର୍ଦ୍ଧ୍ବ ଷ୍ଟଲ ଲାଗିଥିବା ବେଳେ ଭଲ ବ୍ୟବସାୟ ହେଉଥିବା କହିଛନ୍ତି ବ୍ଯବସାୟୀ । ଆଗାମୀ ଦିନରେ ଦେଶ ବିଦେଶ ରୁ ଅଧିକ ସାମଗ୍ରୀ ଆଣିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଗୁପ୍ତା ଇଭେଣ୍ଟ ଆଣ୍ଡ ମ୍ୟାନେଜମେଣ୍ଟର ନିର୍ଦ୍ଦେଶିକା । ଭୁବନେଶ୍ବର ଜନତା ମୈଦାନରେ ଗତ ୨୩ ତାରିଖରୁ ଚାଲିଥିବା ଏହି ଅନ୍ତର୍ଜାତୀୟ ଟ୍ରେଡ ଫେୟାର ଆସନ୍ତାକାଲି ଶେଷ ହେବ ।