ଆଜି ସର୍ବଭାରତୀୟ ସ୍ତରରେ ଶ୍ରମିକ ସଂଗଠନର ବନ୍ଦ ଡାକରା , ଦେଶବ୍ୟାପୀ ଅଖ ଚକ ବନ୍ଦ

ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଓ ଶ୍ରମିକ ବିରୋଧୀ ନିତି ବିରୁଦ୍ଧରେ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ। ୧୭ ଦଫା ଦାବିରେ ୧୦ଟି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରାଯାଉଛି। ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରତିବାଦ କରାଯିବା ସହ ରେଳ ରୋକ ହୋଇଛି। ସେହିପରି ଭୁବନେଶ୍ୱର ସରକାରୀ ବସଷ୍ଟାଣ୍ଡରେ ବିକ୍ଷୋଭ ହୋଇଛି। ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ ବାତିଲ କରିବା, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇ କରଣ ବନ୍ଦ କରିବାକୁ ଦାବି ହୋଇଛି। ESI, EPF ଓ ଗ୍ରାଚ୍ୟୁଇଟିରୁ ସିଲିଂ ହଟାଇବା, ଦରଦାମ ନିୟନ୍ତ୍ରଣ, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବା, ଅଙ୍ଗନବାଡ଼ି କର୍ମୀଙ୍କୁ ଶ୍ରମିକ ମାନ୍ୟତା ଦେବାକୁ ଦାବି ହୋଇଛି। ଆନ୍ଦୋଳନକୁ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହିତ ବିଭିନ୍ନ ରାଜନୈତିକ ଦଳ ସମର୍ପଥନ କରିଛନ୍ତି।