spot_img

Latest Posts

କାଲିଠୁ ୨ ଦିନିଆ ଭାରତ ବନ୍ଦ ଡାକରା, ସାମିଲ୍ ହେବେ ବ୍ୟାଙ୍କ କର୍ମଚାରୀ

ଭୁବନେଶ୍ୱର: ଟ୍ରେଡ୍ ୟୁନିଅନ୍ ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଛି । ମାର୍ଚ୍ଚ ୨୮ ଓ ୨୯ ତାରିଖ ଦୁଇ ଦିନ ଧରେ ଟ୍ରେଡ୍ ୟୁନିଅନ୍ ବନ୍ଦ ଡାକରା ଦେଇଥିବା ବେଳେ ଏଥିରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ସାମିଲ୍ ହେବ । କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିଅନ୍ । ସରକାରୀ ବ୍ୟାଙ୍କର ଘରୋଇକରଣ ଓ ବ୍ୟାଙ୍କିଂ ଆଇନ୍ ଅଧିନିୟମ-୨୦୨୧କୁ ବିରୋଧ କରି ପ୍ରଦର୍ଶନ କରିବେ ବୋଲି ଜଣାପଡ଼ିଛି ।

୨୮ ଓ ୨୯ ତାରିଖ ଦୁଇଦିନ ଧରି ବ୍ୟାଙ୍କ ସେବା ପ୍ରଭାବିତ ହେବ ବୋଲି ସୂଚନା ଦେଇଛି ଭାରତୀୟ ଟେଷ୍ଟ ବ୍ୟାଙ୍କ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଇନ୍ ବୃହତ୍ତ ଭାବେ କର୍ମଚାରୀ, କୃଷକ ଓ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି । ଏସବୁ ବିରୋଧରେ ବନ୍ଦ ଡାକରା ଦିଆ ଯାଇଥିବା କହିଛି ଟ୍ରେଡ୍ ୟୁନିଅନ୍ ।

Trade Union Call Two Day Bharat Bandh, Banking Services May Affected

ଟ୍ରେଡ୍ ୟୁନିଅନ୍ ଦେଇଥିବା ସୂଚନା ଅନୁସାରେ, ୨ ଦିନିଆ ଭାରତ ବନ୍ଦରେ ପରିବହନ ଓ ବିଦ୍ୟୁତ୍ ବିଭାଗ କର୍ମଚାରୀ ସାମିଲ୍ ହେବେ । ଏହାଛଡ଼ା ରେଳ ଓ ପ୍ରତିରକ୍ଷା କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ବି ହରତାଳକୁ ସହଯୋଗ କରିବେ । କୋଇଲା, ଇସ୍ପାତ, ତୈଳ, ଟେଲିକମ୍, ଡାକ ବିଭାଗ, ଆୟକର ଓ ଜୀବନ ବୀମା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଭାରତ ବନ୍ଦକୁ ସମର୍ଥନ କରିପାରନ୍ତି ।

ଅନ୍ୟପଟେ ରାଉରକେଲାରେ ବନ୍ଦର ପ୍ରଭାବ ପଡ଼ିପାରେ । ୧୨ ଦଫା ଦାବିରେ ଦିଆଯାଇଥିବା ଭାରତ ବନ୍ଦକୁ ଶ୍ରମିକ ସଂଗଠନ ସମର୍ଥନ କରିଛି । କେନ୍ଦ୍ର ସରକାରଙ୍କ ଜନ ବିରୋଧି ନୀତିକୁ ବିରୋଧ ସହ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଶ୍ରମ କୋର୍ଡ ପ୍ରତ୍ୟାହାର କରିବା, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ସହ ୧୨ ଦଫା ଦାବିରେ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି । ଦୁଇ ଦିନିଆ ଧର୍ମଘଟ ଆନ୍ଦୋଳନ ସମୟରେ କଳ କାରଖାନା, ଦୋକାନ ବଜାର, ବସ୍, ଟ୍ରକ୍ ଚଳାଚଳ ଓ ପରିବହନ ସେବା ବନ୍ଦ ରହିବ ।

Latest Posts

Don't Miss