୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରାକ୍ଟର…

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସାନବିଶୋଳରେ ଜଳିଗଲା ଧାନ ବୋଝେଇ ଟ୍ରାକ୍ଟର । 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚଳନ୍ତା ଟ୍ରାକ୍ଟରରେ ନିଆଁ ଲାଗିଛି। ସୌଭାଗ୍ୟ ବଶତଃ ଡ୍ରାଇଭର ରକ୍ଷା ପାଇ ଯାଇଛନ୍ତି ।
କିନ୍ତୁ ଧାନ ସବୁ ପୋଡି ନଷ୍ଟ ହୋଇଛି । ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ନଅଣସାହିର ଅଞ୍ଜନ ବେହେରା ବିଲରୁ ଟ୍ରାକ୍ଟରରେ ଧାନ ବୋଝେଇ କରି ଆଣୁଥିବା ବେଳେ ଏଭଳି ଅଘଟଣ ଘଟିଛି ।