spot_img

Latest Posts

ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଜୀବନକୁ ଆଲୋକିତ କଲା ଟିପିସିଓଡିଏଲ୍

ଢେଙ୍କାନାଳ: ଦୀର୍ଘ ଦିନର ସ୍ବପ୍ନ ହେଲା ସାକାର। ଢେଙ୍କାନାଳ ବିଦ୍ୟୁତ୍ ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲ୍ଲା କାଳିଆପାଣି ସେକ୍ସନର କେନ୍ଦୂପଡ଼ା, ଟିକରପଡ଼ା, ଜାରିକ୍ ସାହି ଓ ମହୁକଣ୍ଟା ଭଳି ଆଦିବାସୀ ଗାଁର ପାଖାପାଖି ୧୦୦ ଟି ପରିବାର ଲୋକ ପ୍ରଥମ ଥର ପାଇଁ ଦେଖିଲେ ବିଦ୍ୟୁତ୍ ଆଲୋକ।

ଟିପିସିଓଡିଏଲ ପକ୍ଷରୁ ଏହି ସବୁ ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ କରାଯାଇଛି। କେନ୍ଦୂପଡ଼ାରେ ୬୩ କେଭିଏ, ଟିକରପଡ଼ାରେ ୬୩ କେଭିଏ , ଜାରିକ୍ ସାହିରେ ୨୫ କେଭିଏ ଓ ମହୁକଣ୍ଟାରେ ୨୫ କେଭିଏ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି।

ଏହା ବ୍ୟତୀତ ତୁମୁଣି, ଗୋହିଆଶାଳ ଓ ନାତୁର ଏବଂ କାଳିଆପାଣି ଗାଁର ୪୦ ଆଦିବାସୀ ପରିବାରକୁ ଟିପିସିଓଡିଏଲ୍ ପକ୍ଷରୁ ସୋଲାର ପ୍ୟାନେଲ ମାଧ୍ୟମରେ ବିଦ୍ୟୁତ୍ ସଂଯୋଗ କରାଯାଇଛି। ବଣ ଜଙ୍ଗଲ ପାହାଡ ଭରା ଏହି ସବୁ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ଥିବା ବେଳେ ଲୋକଙ୍କୁ ଭରସା ଯୋଗ୍ୟ ବିଦ୍ୟୁତ୍ ଯୋଗାଇବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ପ୍ରୟାସ କରାଯାଇଛି।

ଦୀର୍ଘ ଦିନ ଧରି ବିଦ୍ୟୁତ୍ ସେବାରୁ ବଞ୍ଚିତ ଥିବା ଏହି ଆଦିବାସୀ ଲୋକେ ପ୍ରଥମ ଥର ପାଇଁ ବିଜୁଳି ଆଲୁଅ ଦେଖି ଖୁସିରେ ବିଭୋର ହେବା ସହ ଟିପିସିଓଡିଏଲକୁ ଧନ୍ୟବାଦ୍ ଜଣାଇଛନ୍ତି।

Latest Posts

Don't Miss