ହିତକର ମାଛ ନୁହେଁ, ବିଷଧର ମାଛ-ଶୁଖୁଆ କିଣୁଛେ ପରିବାର ପାଇଁ !

1 min read
Toxic chemicals to improve the look of Fish in Paradip

ପାରାଦୀପ: ଆତଙ୍କ ଖେଳାଇଛି କରୋନା ଭୂତାଣୁ । ମହାମାରୀଠାରୁ ସତର୍କ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଖାଦ୍ୟ ଖାଇବାକୁ ଲୋକଙ୍କୁ ପରାମର୍ଶ ଦେଉଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଏଭଳି ପରିସ୍ଥିତିରେ ଆମେ ହିତକର ଖାଦ୍ୟ ବଦଳରେ ଘରକୁ ବିଷ କିଣି ଆଣୁଛେ । ଅଜାଣତରେ ପୁରା ପରିବାରକୁ ବିଷ୍ ଦେଉଛେ । ଆଉ ଏହି ବିଷ ସ୍ଲୋ-ପଏଜନ୍‌ ଭଳି କାମ କରୁଛି ।

Fishସାଧାରଣତଃ ଅଧିକାଂଶ ଲୋକ ବ୍ରଏଲର ବଦଳରେ ମାଛ ଖାଇବାକୁ ପସନ୍ଦ କରିଥାନ୍ତି । କାରଣ ମାଛ ଅତି ସହଜରେ ବଜାରରେ ମିଳିଥାଏ । ମାଛ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ହେଲେ ଆମେ ଘରକୁ ଯେଉଁ ମାଛ କିଣି ଆଣୁଛେ ସେଥିରେ ବିଷ ରହୁଛି । କାରଣ ମାଛକୁ ସତେଜ ବା ତାଜା ରଖିବା ପାଇଁ ବ୍ୟବସାୟୀମାନେ ଏକ କେମିକାଲ ବ୍ୟବହାର କରୁଛନ୍ତି । ଯାହାକି ଶରୀର ପାଇଁ ବିଷ ଭଳି କାମ କରେ । ଏନେଇ ନନ୍ଦିଘୋଷ ଟିଭିର ଏକ ଟିମ୍‌ ଗ୍ରୁଉଣ୍ଡ ଜିରୋରେ ପହଞ୍ଚି ଖବର ସଂଗ୍ରହ କରିଛି ।

Fish

ପାରାଦୀପ ଷଣ୍ଢକୁଦ ବସ୍ତିର ଏକ ଶୁଖୁଆ ଖଳା ରହିଛି । ଶୁଖୁଆକୁ ଶୁଖାଇବା ପାଇଁ ବ୍ୟବହାର ହେଉଛି ଫାର୍ମାଲିନ ଡିହାଇଡିନ୍ କେମିକାଲ୍‌ । କୁଣ୍ଡରେ ପାଣି ସହ କେଇଠିପି ମିଶାଇ ବୁଡାଇଦେଲେ ଶୁଖୁଆ ଖୁବଶିଘ୍ର ଶୁଖିଯାଏ । ଚମଡା ଓ ପ୍ଲାଷ୍ଟିକ କାରଖାନା ଏବଂ ଶବ ସଂରକ୍ଷଣରେହ ବ୍ୟବହାର ହେଉଥିବା ଏହି କେମିକାଲ, ଆମ ଶରୀରର କେତେ କ୍ଷତି ପହଞ୍ଚାଉଥିବ ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।

Fish

ଖାଲି ସେତିକି ନୁହେଁ ବେନଜେନ୍ କୋଲିୟମ କ୍ଲୋରାଇଡ୍ ମଧ୍ୟ ପାଣିରେ ମିଶାଯାଉଛି । ଆଉ ସେଥିରେ ମାଛକୁ ବୁଡ଼ାଯାଉଛି । ମାଛକୁ ଦେଶୀ ମାଛର ରୂପ ଦେବା ସହ ତଟ୍‌କା ରଖିବାକୁ ଏହି କେମିକାଲ ବ୍ୟବହାର କରାଯାଉଛି । ସାଧାରଣତଃ ଏହି କେମିକାଲକୁ ଦାନ୍ତ ସଫା କରିବା ପାଇଁ ବ୍ୟବହାର ହୁଏ । ବାହାରୁ ୮୨ ରୁ ୧୧୨ ଟଙ୍କାରେ କିଣି କେମିକାଲ ମିଶାଇ ବଜାରରେ ୧୮୦ ରୁ ୨୫୦ ଟଙ୍କାରେ ଏହା ବିକ୍ରି ହୋଇଥାଏ ।

Paradip Fish

ପାରାଦୀପ ମାଛଧରା ବନ୍ଦରରେ ଦୈନିକ ୨୦ ରୁ ୩୫ଟି ବୋଟ୍ ଲାଗୁଛି । ୨ ଶହରୁ ଅଧିକ ଯନ୍ତ୍ର ଚାଳିତ ଡଙ୍ଗା ବାଲିପ୍ଲଟରେ ଲାଗୁଛି । ପ୍ରତିଦିନ ୨୫୦ ଟନ୍‌ରୁ ଉର୍ଦ୍ଧ୍ୱ ମାଛ ଏଠାକୁ ଆସିଥାଏ । ଏହି ମାଛକୁ କିଛି ଅସାଧୁ ବ୍ୟବସାୟୀ କେମିକାଲ ମିଶାଇ ବଜାରକୁ ଛାଡୁଥିବା ଅଭିଯୋଗ ହେଉଛି । ସେପଟେ ଅଭିଯୋଗକୁ ସ୍ଥାନୀୟ ମାଛ ଉତ୍ପାଦନ ସଂଘ, ଜାଣିନାହିଁ କହି ଏଡ଼ାଇ ଯାଇଥିବାବେଳେ, ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି କହିଛନ୍ତି ପାରାଦୀପ ଅତିରିକ୍ତ ଫିସେରି ଅଧିକାରୀ ଓ ମତ୍ସ୍ୟ ଚାଷ ନିର୍ଦ୍ଦେଶକ ।

Leave a Reply