spot_img

Latest Posts

ନର୍କ ର ଦୃଶ୍ଯର ମଜା ନେଉଛନ୍ତି ପର୍ଯ୍ଯଟକ

ନୂଆଦିଲ୍ଲୀ: ଫୁଟୁଥିବା ଲାଭା ପାଖରେ ଛୁଟି ମନାଉଛନ୍ତି ପର୍ଯ୍ଯଟକ  । ଲୋକେ ଛୁଟି ମନାଇବାକୁ ବେଳାଭୂମି ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ଯରେ ଭରପୂର ଥିବା ଜାଗାକୁ ବୁଲିବାକୁ ଯାଆନ୍ତି  ।  କିନ୍ତୁ ଏଠି ଲୋକେ ବେଳାଭୂମି କି କେଉଁ ପାହାଡ ପର୍ବତ ଘେରା ଅଞ୍ଚଳକୁ ଯାଉନାହାନ୍ତି ଯେଉଁଠି ଆଗ୍ନେୟଗିରି ରହିଛି ସେଠାକୁ ବୁଲିବାକୁ ଯାଉଛନ୍ତି  । କଥା ଟା ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ , ଆଗ୍ନୋୟଗିରି ରେ ଏବେ ବି ଆଗ୍ନେୟ ଉଦ୍ଗୀରଣ ଚାଲିଛି କିନ୍ତୁ ନିଜ ଜୀବନ କୁ ବାଜି ଲଗାଇ ଲୋକେ ଛୁଟି କଟାଇବା ପାଇଁ ଏହି ଆଗ୍ନେୟଗିରିକୁ ଯାଉଛନ୍ତି  । ଆଇସ୍ଲାଣ୍ଡର ଗ୍ରୀଡାଓ୍ବିକ୍ ରେ  ଥିବା ଗୋଟେ ଆଗ୍ନୋୟଗିରି ଫାଟି ସେଥିରୁ  ଲାଭା ବାହାରୁଛି  । ଲାଭା ଏତେ ଭୟଙ୍କର ଭାବରେ ବାହାରୁଛି ଯେ ଆକାଶ ଉଚ୍ଚା ଯାଏଁ ତାର ଧୂଆଁ ଉଠୁଛି  । ଆକାଶ ମଧ୍ଯ  କଳା ରଙ୍ଗର ହୋଇଯାଇଛି  । ଯେଉଁଥିପାଇଁ ଲୋକଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି  । ସେଠାରେ ଲୋକ ମାନଙ୍କୁ ଚେତାଇ ଦିଆଯାଇଛି ଯେ କେହି ବି ଏହି ଆଗ୍ନୋୟଗିରି ପାଖକୁ ଯାଆନ୍ତୁ ନାହିଁ  । କିନ୍ତୁ ପର୍ଯ୍ଯଟକ ମାନେ କାହାର କଥାକୁ  ଖାତିର ନ କରି ବହୁ ସଂଖ୍ଯାରେ ଏଠାକୁ ଛୁଟି ମନାଇବାକୁ ଆସୁଛନ୍ତି  । ଆଉ ମଧ୍ଯ ଏହାର ବହୁତ ପାଖକୁ ବି ଯାଉଛନ୍ତି  ।

ଡେଲି ଷ୍ଟାରର ରିପୋର୍ଟ ଆଧାରରେ , ଏହି ଜ୍ବାଳାମୁଖୀର ନାଁ ସୁଧଜୁକା ଯାହାକି ଗ୍ରୀଡାଓ୍ବିକ୍ ସହର ପାଖରେ ଅବସ୍ଥିତ   ।  ଏଠି ସୋମବାର  ଦିନ ବହୁତ ବଡ ଆକାରରେ ଲାଭା ଉଦ୍ଗୀରଣ ହେବା ପରେ ଫୁଟୁଥିବା ଲାଭା ଓ ଧୁଆଁ ବହୁତ ଉପରକୁ ଉଠୁଥିବାର ଦେଖିବାକୁ ମିଳିଥିଲା  । ଏଠି ଯେତେ ବି ବିପଦ ପରିସ୍ଥିତି ଥାଉ ନା କାହିଁକି ପର୍ଯ୍ଯଟକ ମାନେ ବିଲକୁଲ୍ ଡରୁ ନଥିବାର ଦେଖିବାରୁ ମିଳିଛି  । ସେଠିକାର ପର୍ଯ୍ଯାବରଣ ମନ୍ତ୍ରାଳୟ  ପର୍ଯ୍ଯଟକ ମାନେ ଜ୍ବାଳାମୁଖୀର ଏତେ ପାଖକୁ ଯାଉଥିବାର ଦେଖି ଖୁସି ନାହାନ୍ତି  । ପର୍ଯ୍ଯାବରଣ ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଛି ଯେ , ନିଜ ଛଡା ଅନ୍ଯ ମାନଙ୍କର ବିଷୟରେ ଭାବନ୍ତୁ , ସାର୍ବଜନୀକ ସୁରକ୍ଷାର ନିର୍ଦ୍ଦେଶାବଳୀ  ନିୟମର ପାଳନ  ଚିନ୍ତା କରନ୍ତୁ  ।

Latest Posts

Don't Miss