କରୋନା ପାଇଁ ବଡଦାଣ୍ଡ ଓ ସମୁଦ୍ରକୂଳ ପାଲଟିବ ଖାଁ ଖାଁ, ପର୍ଯ୍ୟଟକଙ୍କୁ ପୁରୀ ମନା

ପୁରୀ: କରୋନା ଭାଇରସକୁ ନେଇ ଆତଙ୍କିତ ଅବସ୍ଥାରେ ଅଛି ସାରା ବିଶ୍ୱ । ଧିରେ ଧିରେ ସବୁ ଜନଗହଳି ପୂର୍ଣ୍ଣ ଅଞ୍ଚଳ ଉପରେ ରୋକ ଲାଗିବାରେ ଲାଗିଛି । ମାର୍କେଟ ଠାରୁ ଆରମ୍ଭ କରି ଫିଲ୍ମ ହଲ୍‌ ସବୁ ଏବେ ବନ୍ଦ ହୋଇପଡ଼ିଛି ।

ସେପଟେ କରୋନା ପାଇଁ ପୁରୀକୁ ପର୍ଯ୍ୟଟକଙ୍କୁ ମନା । ବଡଦାଣ୍ଡ ଓ ସମୁଦ୍ରକୂଳ ପାଲଟିବ ଖାଁ ଖାଁ । ଆଜିଠାରୁ ମାର୍ଚ ୩୧ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପୁରୀ ବୁଲି ଯିବା ଉପରେ କଟକଣା ଜାରି କରାଯାଇଛି । ଏଥିପାଇଁ ଟ୍ରାଭେଲ ଏଜେଣ୍ଟ ଓ ଟୁର ଅପରେଟରଙ୍କୁ ସୂଚନା ଦିଆଯାଇଛି । ପୁରୀରୁ ବିଭିନ୍ନ ସ୍ଥାନକୁ ଚାଲୁଥିବା ବସ୍‌କୁ ମଧ୍ୟ ବାତିଲ କରାଯାଇଛି ।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

ହୋଟେଲ ମାନଙ୍କୁ ମଧ୍ୟ ଆଡଭାଇଜରି ଜାରି କରାଯାଇଛି । ପ୍ରତ୍ୟେକ ଦିନ ୭ ଶହରୁ ୮ଶହ ପର୍ଯ୍ୟଟକ ପୁରୀ ବୁଲିବାକୁ ଯାଉଥିବା ବେଳେ ଏବେଠୁ ପର୍ଯ୍ୟଟକ ଶୁନ୍ୟ ହେବ ପୁରୀ ।

ସେପଟେ ପୁରୀ ବାସୀଙ୍କୁ ମଧ୍ୟ ଜିଲ୍ଲାପାଳ ସତର୍କ ରହିବାକୁ କହିଛନ୍ତି । ଯେତେଦୂର ସମ୍ଭବ ଘରେ ଭିତରେ ରୁହନ୍ତୁ ଏବଂ ନିହାତି ଆବସ୍ୟକ ନହେଲେ ଘରୁ ବାହାରନ୍ତୁ ନାହିଁ । ପୁରୀରେ ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ପୁରୀ ବାହାରୁ ଆସୁଥିବା ଲୋକଙ୍କୁ ଅଧିକ ଆବଶ୍ୟକତା ଅଥିଲେ ହିଁ ପୁରୀକୁ ଆସନ୍ତୁ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

Leave a Reply