ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରୋପୱେର ମଜା ନେବେ ପର୍ଯ୍ୟଟକ

ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରୋପୱେର ମଜା ନେଇପାରିବେ ପର୍ଯ୍ୟଟକ । ଆଜି ରୋପଓ୍ବେର ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ପର୍ଯ୍ୟଟକ ମାନେ କାଲିଠୁ ରୋପଓ୍ବେର ମଜା ନେଇପାରିବେ ।  ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ରୋପଓ୍ବେର ସ୍ୱତନ୍ତ୍ର ଟିକେଟ କାଉଣ୍ଟର କରାଯାଇଛି । 120 ଟଙ୍କା ରଖାଯାଇଛି ଟିକେଟର ମୂଲ୍ୟ ।

ଏଥିରେ 12ଟି କ୍ୟାବିନ ଥିବାବେଳେ ଗୋଟେ କ୍ୟାବିନରେ 6ଜଣ  ଲେଖାଏ ମୋଟ 72ଜଣ ପର୍ଯ୍ୟଟକ ଏକାଥରକେ ବୁଲିବାର ମଜା ନେଇପାରିବେ । ଏହି ରୋପଓ୍ବେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କୋଲକାତାର ଏକ ଘରୋଇ ସଂସ୍ଥା ସହିତ ୨୦୨୧ ମସିହାରେ ଚୁକ୍ତି ହୋଇଥିଲା । 2010ରେ ନନ୍ଦନକାନନର ରୋପୱେରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । 2011 ମସିହାରୁ ଏହା ସମ୍ପୂର୍ଣ୍ଣ ବନ୍ଦ ପଡ଼ିଥିଲା  ।