ଟ୍ୱିଟରରେ କାହିଁକି ଟ୍ରେଣ୍ଡ୍ କରୁଛି #3rdwave, ‘ଏବେ ହୋଟେଲ ମିଳୁନି,ଆଗକୁ ହସ୍ପିଟାଲ ମିଳିବନି’ ?

1 min read

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ବିଷୟ ଟ୍ରେଣ୍ଡିଂରେ ରହିଥାଏ । କେବେ ଫିଲ୍ମଷ୍ଟାରଙ୍କୁ ନେଇ ତ କେବେ ରାଜନେତାଙ୍କୁ ନେଇ ଟ୍ରେଣ୍ଡ୍ ଚାଲେ  ତ ଆଉ କେବେ ରିଅଲ ଲାଇଫରେ ଘଟୁଥିବା ଅନେକ କାହାଣୀ ଟ୍ରେଣ୍ଡରେ ଥାଏ । ହେଲେ କୋଭିଡ୍ ଆସିବା ପରେ ସାଧାରଣତଃ କରୋନାର ବିଭିନ୍ନ ଭ୍ୟାରିଆଣ୍ଟ ଓ ତାର ପ୍ରଭାବ ଟ୍ରେଣ୍ଡରେ ରହୁଛି । ଠିକ୍ ସେହିଭଳି ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି ହ୍ୟାସ୍ ଟ୍ୟାଗ୍ ଥାର୍ଡ ୱେଭ୍ ।

କରୋନା ମାମଲା ଦେଶରେ କମିବାରେ ଲାଗିଛି । ଏସବୁ ମଧ୍ୟରେ ତୃତୀୟ ଲହରକୁ ନେଇ ମଧ୍ୟ ଆଶଙ୍କା ରହିଛି । ଲୋକେ ଅମାନିଆ ହେଲେ ସଂକ୍ରମଣ ପୁଣି ବଢିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଆଉ କିଛି ରାଜ୍ୟରେ ଲକଡାଉନ ଏବେବି ବଢୁଛି ।

ଦିଲ୍ଲୀର ପଡୋଶୀ ରାଜ୍ୟ ହରିୟାଣାରେ ଜୁଲାଇ ୧୨ ଯାଏଁ ଲକଡାଉନ୍ ବଢାଇ ଦିଆଯାଇଛି । ଏହି ଖବର ଓ ମନାଲିରେ ଲୋକଙ୍କ ଗହଳି ଚହଳିକୁ ନେଇ ସୋସିଆଲ ମିଡିଆରେ ଅନେକ ୟୁଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ହିମାଚଳର ମନାଲିରେ ଛୁଟି ବିତାଇବା ପାଇଁ ଏବେ ପର୍ଯ୍ୟଟକଙ୍କ ଗହଳି ଲାଗିଛି । ମନାଲିର ରାସ୍ତାଘାଟର ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି । ମନାଲିରେ ପର୍ଯ୍ୟଟକଙ୍କୁ ରହିବାକୁ ହୋଟେଲ ମିଳୁନଥିବା ଦେଖିବାକୁ ମିଳୁଛି । ଏହି ସବୁ ଫଟୋକୁ ଦେଖି ଅନେକ ନିଜ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

ଅର୍ଜୁନ୍ ଘୋଷ ନାମକ ଜଣେ ୟୁଜର ଟ୍ୱିଟରରେ ସେହିଭଳି ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଲୋକଙ୍କ ଭିଡ଼ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । କରୋନାର ତୃତୀୟ ଲହର ନେଇ ସତର୍କ ରହିବାକୁ ଚେତାବନି ଦେଇଛନ୍ତି ଅର୍ଜୁନ୍ । ୟୁଜରଙ୍କ କହିବା ଅନୁସାରେ ବଜାରରେ ଲୋକଙ୍କର ଏମିତି ଗହଳି ସମସ୍ତଙ୍କ ପାଇଁ ମହଙ୍ଗା ପଡ଼ିପାରେ ।

ଆଉ ଜଣେ ୟୁଜର ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏବେ ହୋଟେଲ ମିଳୁନାହିଁ । ପରେ ହସ୍ପିଟାଲ ମଧ୍ୟ ମିଳିବ ନାହିଁ । ଆମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଆଉ କିଛି ୟୁଜର ମତ ଦେଇଛନ୍ତି । ସେପଟେ ଜଣେ ୟୁଜର ଲେଖିଛନ୍ତି ଯେ, ବ୍ରେକରେ ଯିବାକୁ ଯେଉଁମାନେ ଚାହୁଁଛନ୍ତି ସେମାନେ ହିଁ ତୃତୀୟ ପ୍ରବାହ ଆଣିବେ । ଦିଲ୍ଲୀରେ ମଧ୍ୟ ଲୋକେ ଅମାନିଆ ହେବା କାରଣରୁ ଅନେକ ବଜାରକୁ ବନ୍ଦ କରି ଦିଆଯାଇଛି ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner