ଖରାରେ ବସି ଖାଇବା ପାଇଁ ପର୍ଯ୍ୟଟକଙ୍କୁ ଦେବାକୁ ପଡେ ୯୦୦ ଟଙ୍କା

ମାଡ୍ରିଡ: ଦୁନିଆରେ ଏଭଳି ବହୁତ ଅଜବ ଗଜବ ରେସ୍ତୋରାଁ ରହିଛି ଯାହାକି ନିଜ ନିଜ ବିଶେଷ୍ବତ ପାଇଁ ବେଶ ପରିଚିତ  । ହୋଟେଲର ଆମ୍ବିଏସକୁ ଉପଭୋଗ କରିବା ପାଇଁ ଏଠାରେ ଜମେ ଗ୍ରାହକଙ୍କ ଗହଳି  । କିନ୍ତୁ ବିଲ୍‌ ଦେଖିଲା ବେଳକୁ ଏକ ଗଜବ ଚାର୍ଜ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଗ୍ରାହକ  ।

ସୂର୍ଯ୍ୟ କିରଣ ଆଉ ପବନ ଛଡା ଆଜିକାଲି ଦୁନିଆରେ କିଛି ମାଗଣାରେ ମିଳୁନାହିଁ  ।ସ୍ବଚ୍ଛ ପବନ ପାଇଁ ବି କିଛି ଜାଗାରେ ପଇସା ଦେବାକୁ ପଡୁଛି  । ଯେମିତି କି ଏହି ରେସ୍ତୋରାଁ  । ଏଠାରେ କିଛି ମାଗଣା ନୁହେଁ  । ଆଜ୍ଞା ହଁ, ସ୍ପେନର ଏକ ସହର ସେଭଲିରେ ଖରା ଖାଇବା ପାଇଁ ପର୍ଯ୍ୟଟକଙ୍କୁ ପଇସା ଦେବାକୁ ପଡିଥାଏ  ।

ଏକ ରିପୋର୍ଟ ମୁତାବକ ଦକ୍ଷିଣ ସ୍ପେର ସେଭିଲେ ସହରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏଥିପାଇଁ ନାକେଦମ ଦେବାକୁ ପଡେ । ଏଠାକାର ରେସ୍ତୋରାଁରେ ପର୍ଯ୍ୟଟକଙ୍କୁ ପଚରାୟାଏ ଯେ ସେମାନେ ଖରାରେ ବସିୁ ଖାଇବାକୁ ପସନ୍ଦ କରିବେ କି ? କାରଣ ସ୍ପେନରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ  । ଏଭଳି କ୍ଷେତ୍ରରେ ପର୍ଯ୍ୟଟକ ଖରାର ମଜାନେଇ ଖାଇବାକୁ ପସନ୍ଦ କରନ୍ତି  । ଯାହାର ପ୍ରତି ବଦଳରେ ସେମାନଙ୍କୁ ୮.୫୦ ଡଲାର ଅର୍ଥାତ ଭାରତୀୟ ମୂଲ୍ୟ ୮୯୭ ଟଙ୍କା ଦେବାକୁ ପଡିଥାଏ  । ଏହି କାରଣରୁ ଅଧିକାଂଶ ପର୍ଯ୍ୟଟକ ରେସ୍ତୋରାଁ ପାଇଁ ଖରାପ କମେଣ୍ଟ ଦେଉଥିବାବେଳେ ସ୍ପେନ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି  ।

ମଜାଦାର କଥା ହେଉଛି ଯେ କେବଳ ଖରାରେ ବସି ଖାଇବା ପାଇଁ ଏତେ ଟଙ୍କା ଦେବାକୁ ପଡିବ ଜାଣିବା ପରେ ପର୍ଯ୍ୟଟକ ତୁରନ୍ତ ରେସ୍ତୋରାଁ ଛାଡି ଚାଲିଯାଆନ୍ତି  । ଫଳରେ ଅଧିକାଂଶ ସମୟରେ ଖରାରେ ରଖାଯାଇଥିବା ଟେବୁଲ ଗୁଡିକ ଖାଲି ପଡିଥାଏ । କିନ୍ତୁ କିଛି ରେସ୍ତୋରାଁ ଏଭଳି ପ୍ରିମିୟମ ସେବା ଯୋଗାଉଥିବା ଦାବି କରନ୍ତି  । ସେମାନଙ୍କ ଖାଇବା ମେନ୍ୟୁରେ ଖରାରେ ବସି ଖାଇବା ପାଇଁ ସ୍ବତନ୍ତ୍ର ରେଟ୍‌ଚାର୍ଟ ରହିଛି  ।