ଖରାରେ ବସି ଖାଇବା ପାଇଁ ପର୍ଯ୍ୟଟକଙ୍କୁ ଦେବାକୁ ପଡେ ୯୦୦ ଟଙ୍କା
ମାଡ୍ରିଡ: ଦୁନିଆରେ ଏଭଳି ବହୁତ ଅଜବ ଗଜବ ରେସ୍ତୋରାଁ ରହିଛି ଯାହାକି ନିଜ ନିଜ ବିଶେଷ୍ବତ ପାଇଁ ବେଶ ପରିଚିତ । ହୋଟେଲର ଆମ୍ବିଏସକୁ ଉପଭୋଗ କରିବା ପାଇଁ ଏଠାରେ ଜମେ ଗ୍ରାହକଙ୍କ ଗହଳି । କିନ୍ତୁ ବିଲ୍ ଦେଖିଲା ବେଳକୁ ଏକ ଗଜବ ଚାର୍ଜ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଗ୍ରାହକ ।
ସୂର୍ଯ୍ୟ କିରଣ ଆଉ ପବନ ଛଡା ଆଜିକାଲି ଦୁନିଆରେ କିଛି ମାଗଣାରେ ମିଳୁନାହିଁ ।ସ୍ବଚ୍ଛ ପବନ ପାଇଁ ବି କିଛି ଜାଗାରେ ପଇସା ଦେବାକୁ ପଡୁଛି । ଯେମିତି କି ଏହି ରେସ୍ତୋରାଁ । ଏଠାରେ କିଛି ମାଗଣା ନୁହେଁ । ଆଜ୍ଞା ହଁ, ସ୍ପେନର ଏକ ସହର ସେଭଲିରେ ଖରା ଖାଇବା ପାଇଁ ପର୍ଯ୍ୟଟକଙ୍କୁ ପଇସା ଦେବାକୁ ପଡିଥାଏ ।
ଏକ ରିପୋର୍ଟ ମୁତାବକ ଦକ୍ଷିଣ ସ୍ପେର ସେଭିଲେ ସହରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏଥିପାଇଁ ନାକେଦମ ଦେବାକୁ ପଡେ । ଏଠାକାର ରେସ୍ତୋରାଁରେ ପର୍ଯ୍ୟଟକଙ୍କୁ ପଚରାୟାଏ ଯେ ସେମାନେ ଖରାରେ ବସିୁ ଖାଇବାକୁ ପସନ୍ଦ କରିବେ କି ? କାରଣ ସ୍ପେନରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ । ଏଭଳି କ୍ଷେତ୍ରରେ ପର୍ଯ୍ୟଟକ ଖରାର ମଜାନେଇ ଖାଇବାକୁ ପସନ୍ଦ କରନ୍ତି । ଯାହାର ପ୍ରତି ବଦଳରେ ସେମାନଙ୍କୁ ୮.୫୦ ଡଲାର ଅର୍ଥାତ ଭାରତୀୟ ମୂଲ୍ୟ ୮୯୭ ଟଙ୍କା ଦେବାକୁ ପଡିଥାଏ । ଏହି କାରଣରୁ ଅଧିକାଂଶ ପର୍ଯ୍ୟଟକ ରେସ୍ତୋରାଁ ପାଇଁ ଖରାପ କମେଣ୍ଟ ଦେଉଥିବାବେଳେ ସ୍ପେନ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।
ମଜାଦାର କଥା ହେଉଛି ଯେ କେବଳ ଖରାରେ ବସି ଖାଇବା ପାଇଁ ଏତେ ଟଙ୍କା ଦେବାକୁ ପଡିବ ଜାଣିବା ପରେ ପର୍ଯ୍ୟଟକ ତୁରନ୍ତ ରେସ୍ତୋରାଁ ଛାଡି ଚାଲିଯାଆନ୍ତି । ଫଳରେ ଅଧିକାଂଶ ସମୟରେ ଖରାରେ ରଖାଯାଇଥିବା ଟେବୁଲ ଗୁଡିକ ଖାଲି ପଡିଥାଏ । କିନ୍ତୁ କିଛି ରେସ୍ତୋରାଁ ଏଭଳି ପ୍ରିମିୟମ ସେବା ଯୋଗାଉଥିବା ଦାବି କରନ୍ତି । ସେମାନଙ୍କ ଖାଇବା ମେନ୍ୟୁରେ ଖରାରେ ବସି ଖାଇବା ପାଇଁ ସ୍ବତନ୍ତ୍ର ରେଟ୍ଚାର୍ଟ ରହିଛି ।