ସମ୍ବଲପୁର ଛାତ୍ରଙ୍କ ଉପରେ ବସ ମାଡିଯିବା ଘଟଣା, ଉତ୍ତେଜନା ଦେଖି ପର୍ଯ୍ୟଟକଙ୍କୁ ହୃଦଘାତ

ସମ୍ବଲପୁର: ବାଲିବନ୍ଧା ଫେଜର କ୍ଲବ ପାଖରେ ଛାତ୍ରଙ୍କ ଉପରେ ବସ ଚଢିଯିବା ଘଟଣା । ଲକ୍ଷ୍ମୀ ଚକିଜ ଛକରେ ଚାପା ଉତ୍ତେଜନା । ଘରୋଇ ଟୁରିଷ୍ଟ ବସ ସମଲେଶ୍ବରୀ ମନ୍ଦିରରୁ ଫେରୁଥିବା ବେଳେ ଛାତ୍ରଙ୍କ ଉପରେ ଚଢି ଯାଇଥିଲା । ଏନଏଚ ବଦଳରେ ଟାଉନ ଭିତର ଦେଇ ବସଟି ଯିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ଜଣକ ସ୍ଥାନୀୟ ଅଂଚଳର ନବମ ଶ୍ରଣୀର ଛାତ୍ର ରୋନକ ନାଏକ  ।

ଛାତ୍ର ଜଣଙ୍କ ମାଆଙ୍କ ପାଇଁ ଔଷଧ ଆଣିବାକୁ ଯାଉଥିବା ବେଳେ ଅଘଟଣ ଘଟିଥିଲା । ଘଟଣା ସ୍ଥଳରୁ ବସକୁ ନେଇ ଡ୍ରାଇଭର ଚମ୍ପଟ ମାରୁଥିବା ବେଳେ ସ୍ଥାନୀୟ ଲୋକ ଅଟକ ରଖିଥିଲେ । ବସରେ ଥିବା ମହିଳା ଯାତ୍ରୀଙ୍କୁ କିଛି ଉତ୍ୟକ୍ତ ଲୋକ ଗତକାଲି ମାରପିଟ୍ କରିଥିବାର ଟାଉନ ଥାନାରେ ଅଭିଯୋଗ ହୋଇଛି । ଭୟରେ ଜଣେ ପଯ୍ୟଟକଙ୍କ ହୃତଘାତ ହୋଇଯାଇଥିବାବେଳେ ସେ ମେଡିକାଲରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି । ପର୍ଯ୍ୟଟକ ମାନେ ମୟୁରଭଂଜରୁ ସମ୍ବଲପୁର ବୁଲିବାକୁ ଆସିଥିଲେ । ମା ସମଲେଶ୍ବରୀଙ୍କୁ ଦର୍ଶନ ପାଇ ଯିବା ସମୟରେ ଏହି ଘଟଣା ଘଟିଥିଲା । ବସରେ ଥିବା ଯାତ୍ରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ଏକ ସ୍ବତନ୍ତ୍ର ସ୍ଥାନରେ ରଖିଛି । ସେମାନେ କିଭଳି ଘରେ ପହଂଚିପାରିବେ ସେନେଇ ଆଲୋଚନା ଚାଲିଛି ।