ଯାତ୍ରୀବାହୀ ବସ୍ ସହ ଟ୍ରକ ମୁହାଁମୁହିଁ ଧକ୍କା , ୮ରୁ ଅଧିକ ଯାତ୍ରୀ ଆହତ
1 min read
ବଣାଇ : ଯାତ୍ରୀବାହୀ ବସ ସହ ଟ୍ରକ ମୁହାଁମୁହିଁ ଧକ୍କା। ବଣାଇ ଟିକାୟତପାଲି ଥାନା ଯାତ୍ରାଖମଣ ନିକଟରେ ଘଟିଛି ଦୁର୍ଘଟଣା। ୮ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି। ବସ୍ ଭୁବନେଶ୍ବରରୁ ରାଉରକେଲା ଆସୁଥିବା ବେଳେ ଯାତ୍ରାଖମଣ ନିକଟରେ ଦୁର୍ଘଟଣା ଘଟିଥିଲା। ବସରେ ୪୦ ଯାତ୍ରୀ ଥିବା ସୂଚନା। ଟିକାୟତପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l