ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ମୋଟ ୨, ରାଜ୍ୟରେ ୪
1 min readଭୁବନେଶ୍ୱର: କୋଭିଡରେ ରାଜ୍ୟରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ ଗତକାଲି ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦ୍ୱିତୀୟ ମୃତକ କରୋନାରେ ଆକ୍ରାନ୍ତ ନୁହଁନ୍ତି । ସେ କରୋନା ସନ୍ଦିଗ୍ଧ ଥିଲେ, ତାଙ୍କ ନମୁନା ଟେଷ୍ଟ ପାଇଁ ପଠା ଯାଇଥିଲା । ରିପୋର୍ଟ ନେଗେଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
The 2nd death of Ganjam district yesterday was suspected Covid. Test report received from the laboratory now is negative for COVID-19.
Hence total Covid deaths of Odisha stand at 4.
— H & FW Dept Odisha (@HFWOdisha) May 17, 2020
ସକାଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ୯୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦିଆଯାଇଥିଲା । ଯେଉଁଥିରେ ଗଞ୍ଜାମରେ ଆଉ ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା । ତେବେ, ୨ ମୃତକଙ୍କ ମଧ୍ୟରୁ ଜଣେ ସଂକ୍ରମିତ ଥିବା ବେଳେ ଅନ୍ୟ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।
ଜିଲ୍ଲାରେ ଏବେ ସୁଦ୍ଧା ୨୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି । ୬୨୮ଟି ସକ୍ରିୟ ସଂକ୍ରମିତ ରହିଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ଖୋର୍ଦ୍ଧା ଜିଲ୍ଲାରେ ୨ ଓ ଗଞ୍ଜାମ ଜିଲ୍ଲାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪ ଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।
ବଲାଙ୍ଗୀରରୁ ଚିହ୍ନଟ ହେଲେ ୨ କରୋନା ଆକ୍ରାନ୍ତ: ରାଜ୍ୟରେ ୭୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା