ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାକୁ ଭର୍ଚ୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜନତା ମଇଦାନରେ ଉଦଘାଟିତ ହେଲା ୧୬ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ୨୦୨୨। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାକୁ ଭର୍ଚ୍ଚୁଆଲରେ ଉଦଘାଟନ କରିଛନ୍ତି । ମେଳା ଉଦଘାଟନୀ ଉତ୍ସବରେ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସଭାପତିତ୍ବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା,ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ହସ୍ତତନ୍ତ୍ର ବିଭାଗ ସଚିବ ସୁଭ୍ରା ଶର୍ମା ଅତିଥି ଭାବେ ଯୋଗ ଦେଇଥିଲେ । ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଷୋଡଶ ସଂସ୍କରଣ ଆଜି ଠାରୁ ଆରମ୍ଭ ହୋଇ 10 ତାରିଖ ତଥା 14 ଦିନ ଧରି ଚାଲିବ ।

ତୋଷାଳୀ ୧୫ ତମ ସଂସ୍କରଣରେ 250 ଟି ଷ୍ଟଲ ପଡିଥିବା ବେଳେ ଚଳିତ ବର୍ଷ ଏହି ମେଳାରେ ୩୯୦ ଟି ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଷ୍ଟଲ୍‌ ସ୍ଥାନିତ ହୋଇଛି । ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟରୁ ୧୫୦ ବୁଣାକାର,କାରିଗର ବିକ୍ରିବଟା କରିବା ଆରମ୍ଭ କରିଛନ୍ତି ।ଏଥିସହ ଏହି ବର୍ଷ ର ଥିମ ପାଭିଲିଅନ ରେ କେନ୍ଦ୍ରାପଡା ର କାଇଁଛ ହସ୍ତଶିଳ୍ପ କୁ ପ୍ରଦର୍ଶନ ବେଶ୍ ଆକର୍ଷିତ କରିଛି । ଗତ ବର୍ଷ ତୋଷାଳି ଜାତୀୟ ମେଳା ପରିସରରେ ପ୍ରାୟ ୧୪ ଲକ୍ଷ ଜନ ସମାବେଶ ସହିତ ୧୨ କୋଟି ୩୮ ଲକ୍ଷ ଟଙ୍କା ର ବାଣିଜ୍ୟ କାରବାର ହୋଇଥିଲା ।

ଅନୁରୂପ ଭାବେ ଚଳିତ ବର୍ଷ ମେଳାରେ ୧୫ ଲକ୍ଷ ଜନ ସମାବେଶ ସହିତ ୧୫ କୋଟି ଟଙ୍କାର ସାମଗ୍ରୀ ବିକ୍ରିର ଲକ୍ଷ୍ୟ ରଖାଯାଇଛି । ଏଥି ସହ ଚଳିତ ବର୍ଷ ମେଳା ରେ ପ୍ରତିଦିନ ସାଂସ୍କୃତିକ କାର୍ଯକ୍ରମ ସହିତ ଫୁଡ୍ କୋର୍ଟ, ଗ୍ରୀଷ୍ମ ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । କୋଭିଡ ଯୋଗୁଁ ମେଳା ବନ୍ଦ ଥିବାରୁ ଚଳିତ ବର୍ଷ ପୁଣି ଡିସେମ୍ବରରେ ଏହି ମେଳା ଆୟୋଜିତ ହେବ ବୋଲି ଲକ୍ଷ ରଖିଛି ହସ୍ତତନ୍ତ୍ର ଓ ବୟନ ଶିଳ୍ପ ବିଭାଗ ।