spot_img

Latest Posts

ନିଶିକାନ୍ତ ଦୁବେଙ୍କ ବିରୋଧରେ ଆଗତ ପିଟିସନ ମାମଲା : ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ : ପ୍ରଧାନ ବିଚାରପତି ଓ ସୁପ୍ରିମକୋର୍ଟଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ମାମଲା । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିରୋଧରେ ଆଗତ ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ।ବିଚାର ବିଭାଗର ମର୍ଯ୍ଯାଦା ଉପରେ ନିଶିକାନ୍ତଙ୍କ ବୟାନ ପ୍ରଶ୍ନ ସୃଷ୍ଟି କରିଛି ବୋଲି ପିଟିସନରେ ଉଲ୍ଲେଖ ହୋଇଛି । ଏହା ସହ ଓ୍ବାକଫ ସଂଶୋଧନ ଆଇନ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ବିଦ୍ଵେଷମୂଳକ ମତ ଦେଉଥିବା ରାଜନୈତିକ ନେତାମାନଙ୍କ ଉପରେ ରୋକ ଲଗାଇବା ଲାଗି ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେବା ସକାଶେ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରନ୍ତୁ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। ସୁପ୍ରିମକୋର୍ଟ ନିଜ ସୀମା ଉଲ୍ଲଂଘନ କରୁଛନ୍ତି।ଯଦି ସବୁ କଥା ସୁପ୍ରିମକୋର୍ଟ ବିଚାର କରିବେ ତେବେ ସଂସଦକୁ ବନ୍ଦ କରିଦିଆଯାଉ। ବିଚାର ବିଭାଗ ଧାର୍ମିକ ବିଦ୍ଵେଷ ସୃଷ୍ଟି କରୁଛନ୍ତି।ଏପରିକି ତତକାଳୀନ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୃହଯୁଦ୍ଧ ଲାଗି ଦାୟୀ ବୋଲି କହିଥିଲେ ନିଶିକାନ୍ତ । ଧାରା ୩୭୭ ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ମଧ୍ୟ ନିଶିକାନ୍ତ ସମାଲୋଚନା କରିଥିଲେ। ନିଶିକାନ୍ତଙ୍କ ଏହି ମତଠାରୁ ନିଜକୁ ଦୂରେଇଥିଲା ବିଜେପି।

Latest Posts

Don't Miss