୨୦୨୧ର ଟପ୍ ୫ ଭାଇରାଲ ଖବର

1 min read

 ନୂଆଦିଲ୍ଲୀ: ୨୦୨୦ ଭଳି ୨୦୨୧ ମଧ୍ୟ ଥିଲା ଏକ ଭୟଙ୍କର ବର୍ଷ । ମହାମାରୀ କରୋନା କାହାଠାରୁ ଆତ୍ମୀୟଙ୍କୁ ଛଡ଼ାଇ ନେଇଛି ତ କାହାକୁ ରାସ୍ତାକଡ଼କୁ ନେଇ ଆସିଛି । କିନ୍ତୁ ଅରାଜକତା ଏବଂ ଯନ୍ତ୍ରଣା ମଧ୍ୟରେ ଆମେ ଆପଣଙ୍କୁ କ୍ରାଇମ୍ ହେଉ ବା ଏଣ୍ଟରଟେନମେଣ୍ଟ ବା ପଲିଟିକାଲ ଟିକ୍ନିକ୍ ଖବର ଦେଖାଇବାକୁ ଚେଷ୍ଟା କରିଛୁ । କିନ୍ତୁ ଏହା ବ୍ୟତୀତ ଏଭଳି କିଛି ଘଟଣା ଘଟିଛି ଯାହା ଖୁବ୍ ବିଚିତ୍ର ଥିଲା । ତେବେ ୨୦୨୧ ସରି ସରି ଯାଉଥିବା ବେଳେ ଚାଲନ୍ତୁ ୨୦୨୧ ଟପ୍ ୫ ଭାଇରାଲ ଷ୍ଟୋରୀ ଉପରେ ନଜର ପକାଇବା ଯାହା ସୋସିଅଲ ମିଡିଆ ପ୍ଲାଟଫର୍ମରେ ଚଳିତ ବର୍ଷ ଖୁବ୍ ଟ୍ରେଣ୍ଡ୍ କରିଛି ।

ଟ୍ରମ୍ପଙ୍କୁ ଅଫିସିଆଲି ଟ୍ୱିଟର ବ୍ୟାନ୍ କରିବା ଘଟଣା:
ଜାନୁୟାରୀ ମାସରେ ସୋସିଅଲ ମିଡିଆ ଜ୍ୟାଣ୍ଟ୍ ଟ୍ୱିଟର ଡୋନାଲ୍ଡ ଟ୍ରମ୍ପଙ୍କୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ୍ କରିଦେଲା । ଏହାର ଏକମାତ୍ର କାରଣ ଥିଲା ଟ୍ରମ୍ପ୍ ଯେପରି ତାଙ୍କ ଫଲୋର୍ସଙ୍କ ସହିତ ଯୋଗାଯୋଗ କରିପାରିବେ ନାହିଁ । ତେବେ ଜାନୁୟାରୀ ୬ରେ ଟ୍ରମ୍ପଙ୍କ ପାଇଁ ହୋଇଥିବା ଦଙ୍ଗା ଆମେରିକା ଗଣତାନ୍ତ୍ରିକ ଇତିହାସରେ ଏକ ଦାଗ ସୃଷ୍ଟି କରିଥିଲା । ଆଉ ଶେଷରେ ଟ୍ୱିଟରରୁ ବ୍ୟାନ୍ ହୋଇଥିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।

ସୁଏଜ କେନାଲରେ ଟ୍ରାଫିକ୍ ଜାମ୍:
ମାର୍ଚ୍ଚ ମାସ ୨୦୨୧ । ଏକ ଜ୍ୟାଣ୍ଟ୍ କାର୍ଗୋ ଭେସେଲ ଏଭର ଗିଭେନ୍ ଇଜିପ୍ଟରେ ପ୍ରସିଦ୍ଧ ସୁଏଜ କେନାଲକୁ ବ୍ଲକ୍ କରିବା ପରେ ଜଳ ମଧ୍ୟରେ ଟ୍ରାଫିକ୍ ଜାମ୍ ଘଟଣା ଏକ ଟ୍ରେଣ୍ଡିଂ ଖବର ଥିଲା । ଆଉ ଏହି ଖବର ଉପରେ ଥିଲା ପୂରା ବିଶ୍ୱର ନଜର । ଏହି ଖବର ପରେ ପରେ ଅନେକ କଥା ଶୁଣିବାକୁ ମିଳିଥିଲା । ଏହାକୁ ନେଇ ଭୂତପ୍ରେତର କାହାଣୀ ଆସିଲା । କେହି କେହି କହିବାକୁ ଲାଗିଲେ ଏହା ଥିଲା ମମିର ଅଭିଶାପ । ଶେଷରେ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଲା ୪୦୦ ମିଟର ଲମ୍ବ ବିଶିଷ୍ଟ ଏଭର ଗିଭେନ୍ ।

https://fb.watch/a6Fp4V0SZA/

ଆଫଗାନର ଟି ସର୍ଟ କମ୍ପାନୀ:
ସବୁଠାରୁ ଅଜବ ଭାଇରାଲ ଖବର ଥିଲା ଟି ସର୍ଟ କମ୍ପାନୀର କାରନାମା । ଆଫଗାନିସ୍ତାନ ଏୟାରପୋର୍ଟରେ ଦୁଇ ଜଣ ଜୀବନ ବଞ୍ଚାଇବା ପାଇଁ ଫ୍ଲାଇଟରେ ଚଢ଼ିଯିବା ଏବଂ ସେଥିରୁ ଖସିପଡ଼ିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ସେହି ସମୟର ଦୃଶ୍ୟକୁ ଟି ସର୍ଟରେ ଆଙ୍କି ଯଥେଷ୍ଟ ଟଙ୍କା ରୋଜଗାର କରିଥିଲା ଏକ ଗାର୍ମେଣ୍ଟ କମ୍ପାନୀ । ଏଥିରେ ଲେଖା ଥିଲା କାବୁଲ ସ୍କାଏଡାଇଭିଂ କ୍ଲବ୍, ଇଷ୍ଟ ୨୦୨୧ । କିନ୍ତୁ ଏହି କମ୍ପାନୀକୁ ଏଥିପାଇଁ ଖୁବ୍ ନିନ୍ଦା ଶୁଣିବାକୁ ପଡ଼ିଥିଲା । କିନ୍ତୁ ଶେଷରେ ଏହା ମଧ୍ୟ ଦେଖିବାକୁ ମିଳିଥିଲା କମ୍ପାନୀର ଆଉ ଏକ ରୂପ । ଯେଉଁଥିରେ କମ୍ପାନୀ ନେଇଥିଲା ୟୁ ଟର୍ଣ୍ଣ । ପରେ ଏକ ଟି ସର୍ଟ ବାହାର କରି ସେଥିରେ ଲେଖିଥିଲା ପ୍ରେ ଫର ଆଫଗାନିସ୍ତାନ୍ ।

କୋଭିଡ ୧୯ ପାଇଁ ନର୍ସଙ୍କ ସାଲାଇନ୍ ପ୍ରଚାର:
କରୋନାର କରାଳ ରୂପ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରିଥିବା ସମୟରେ ଗୋଟିଏ ପଟେ କୋଭିଡ ୧୯ ଭ୍ୟାକ୍ସିନ୍ ନେବାକୁ ଜର୍ମାନ୍ ଅଥୋରିଟି ଲୋକଙ୍କୁ ଅନୁରୋଧ କରୁଥିବାବେଳେ ଅନ୍ୟପଟେ ଦେଖିବାକୁ ମିଳିଥିଲା ଜଣେ ନର୍ସଙ୍କ ଅଜବ କାରନାମା । ଜଣେ ନର୍ସ ଭ୍ୟାକ୍ସିନ୍ ସେଣ୍ଟରରେ ଭ୍ୟାକ୍ସିନ୍ ପରିବର୍ତ୍ତେ ପ୍ରାୟ ୮ ହଜାର ୫ ଶହ ଲୋକଙ୍କୁ ସାଲାଇନ୍ ନେବାକୁ କହିଥିଲେ । ପରେ ପୋଲିସ୍ ଜାଣିବାକୁ ପାଇଥିଲାଯେ, ସେହି ନର୍ସ ଜଣକ ଭ୍ୟାକ୍ସିନକୁ ବିରୋଧ କରୁଥିଲେ ।

ବହୁ ଚର୍ଚ୍ଚିତ ସୁମିତ୍- ଡିମ୍ପଲ ଖବର:
ପ୍ରାୟ ଏକ ମାସ ହେବ ଓଡ଼ିଶାର ବ୍ରହ୍ମପୁରର ବ୍ରହ୍ମାନଗରର ବହୁ ଚର୍ଚ୍ଚିତ ଖବର ସୁମିତ ଏବଂ ଡିମ୍ପଲଙ୍କ ବିବାହ-ବିଛେଦର କାହାଣୀ । ଏହି ଖବର ବିଷୟରେ କାହାକୁ ମଧ୍ୟ ଅଛପା ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ଓଡ଼ିଶାରେ ନୁହେଁ ବରଂ ଓଡ଼ିଶା ବାହାରେ ଏବଂ ବିଶେଷ କରି ବିଦେଶରେ ମଧ୍ୟ ଏହି ଖବର ଛାଇ ଗଲାଣି । ଆନ୍ତର୍ଜାତୀୟ ଖବର ପାଲଟି ଯାଇଥିବା ଡାକ୍ତର-ସୁମିତ ଓ ଡିମ୍ପଲଙ୍କ କାହାଣୀ କୌଣସି ଭାଇରାଲ ଖବରଠାରୁ କମ୍ ନୁହେଁ ।

Leave a Reply