ଚକୋଲେଟ ଖାଇ ହସ୍ପିଟାଲରେ ଭର୍ତ୍ତି ଦେଢବର୍ଷର ଶିଶୁ

ପଟିଆଲା: ଏକ୍ସପାଏରୀ ଚକୋଲେଟ ଖାଇ ହସ୍ପିଟାଲରେ ଭର୍ତ୍ତି ଦେଢବର୍ଷର ଶିଶୁ  । ପଞ୍ଜାବର ପଟିଆଲାରେ ଏକ ଗ୍ରୋସରୀ ଦୋକାନ ଚକୋଲେଟ କିଣି ଖାଇବା ପରେ ଅସୁସ୍ଥ ହୋଇପଡିଥିଲା ଶିଶୁ  । ସ୍ବାସ୍ଥ୍ୟ ବିଭାଗ ଓ ପୋଲିସର ତଦନ୍ତ ପରେ ଚକୋଲେଟ ଏକ୍ସପାଏରୀ ହୋଇଯାଇଥିବା ଜଣାପଡିଛି  ।

ଲୁଧିଆନାର କୁନିଝିଅ ପରିବାର ଲୋକଙ୍କ ସହ ନିଜ ସମ୍ପର୍କୀୟଙ୍କ ଘର ପଟିଆଲା ଯାଇଥିଲା  । ସେଠାରେ ତା ସମ୍ପର୍କୀୟ ଏକ ଦୋକାନରୁ ଚକୋଲେଟ କିଣି ଖାଇବାକୁ ଦେଇଥିଲେ  । ଘରକୁ ଫେରିବା ପରେ ଝିଅଟି ରକ୍ତବାନ୍ତି କରିଥିଲା  । ଏହାପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ଡାକ୍ତରୀ ପରୀକ୍ଷାରୁ ସେ କିଛି ବିଷାକ୍ତ ଖାଦ୍ୟ. ଖାଇଥିବା ଜଣାପଡିଥିଲା  । ଏହା ଜାଣିବା ପରେ ଝିଅର ପରିବାର ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ କରିଥିଲେ  ।

ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଚକୋଲେଟ ଦୋକାନରେ ପହଢ୍ଚି କିଛି ନମୁନା ସଂଗ୍ରହ କରିଥିଲେ  । ସେଠାରେ ଏକ୍ସପାଏରୀ ଜିନିଷ ବିକ୍ରି ହେଉଥିବା ଟିମ୍‌ ନଜରକୁ ଆସିଥିଲା  । ଚକୋଲେଟ ବ୍ୟତୀତ କିଛି ଏକ୍ସପାଏରୀ ସ୍ନାକ୍ସକୁ ବି ଜବତ କରିଥିଲା ସ୍ବାସ୍ଥ୍ୟ ବିଭାଗ । ଘଟଣାର ତଦନ୍ତ ଜାରି ରହିଛି  ।