ମାଛର ମୁହଁରୁ ମିଳିଲା ପାରାସାଇଟ୍ । ଜୀଭକୁ ଖାଇ ନିଜେ ହେଇଗଲା ଜୀଭ । ଥରେ ଭାବିଲେ ଗୋଟିଏ କୀଟ ଆପଣଙ୍କ ଜିଭକୁ ଖାଇ ଯଦି ତାର ଜାଗା ନେଇଯାଏ । ଆଉ ଜିଭ ବଦଳରେ ଆପଣଙ୍କ ପାଟି ଭିତରେ ସେହି କୀଟଟି ରୁହେ । ତାହାଲେ କଣ ହେବ ? ହଁ ନିଶ୍ଚୟ ଏହି କଥାଟି ଆପଣଙ୍କୁ ଅଜିବ ଲାଗୁଥିବ । କିନ୍ତୁ ଏମିତି ସମ୍ଭବ । ଜିଭ ଖାଉଥିବା ଏହି ପାରାସାଇଟ୍ ବା ପରଜୀବି ଅନେକ ସମୟରେ ଦେଖାଯାଆନ୍ତି । ସେମାନଙ୍କର କାମ ଅନ୍ୟମାନଙ୍କର ଜୀବନରେ ନିଜେ ବଂଚିବା । ଅଧିକାଂଶ ସମୟରେ ଏମାନେ ମାଛ ମାନଙ୍କର ପାଟିରେ ମିଳିଥାନ୍ତା ।
କିଛିଦିନତଳେ ଦକ୍ଷିଣ ଆଫ୍ରିକାର କେପ୍ ଟାଉନ୍ରେ ୨୭ବର୍ଷୀୟ ଜଣେ ଯୁବକ ଡେନ୍ ମାର୍କସ୍ କେପ୍ ଆଗୁଲାସ୍ରେ ମାଛ ଧରୁଥିଲେ । ଗୋଟିଏ ୬ପାଉଣ୍ଡର କାରପେଣ୍ଟର ମାଛ ଫସିବା ପରେ ସେ ତା ମୁହଁରୁ କଣ୍ଟା କାଢିବା ସମୟରେ ଯାହା ଦେଖିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରାଇଦେଇଥିଲା । ଜଣେ ସାମୁଦ୍ରିକ ଜୀବବିଜ୍ଞାନର ଛାତ୍ର ହେଇ ବି ମାଛର ପାଟି ଭିତରେ ବିରଳ ପ୍ରଜାତିର ପରଜୀବିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ତୁରନ୍ତ ଏହି ମାଛ ଭିତରେ ଥିବା ପାରାସାଇଟ୍ର ଫୋଟ ଉଠାଇ ନୋର୍ଥ ବେଷ୍ଟ ୟୁନିଭର୍ସିଟିର ସାମୁଦ୍ରିକ ଜୀବ ବିଜ୍ଞାନର ପ୍ରଫେସର ନିକୋ ସ୍ମିଟ୍ଙ୍କୁ ପଠାଇଥିଲେ । ଏହିଭଳି ପ୍ରଜାତିର ପାରାସାଇଟ୍କୁ ପ୍ରଫେସର ମାଛର ପାଟିରେ ମାଛର ଜିଭ ଭଳି ରହିଥିବାର ପୂର୍ବରୁ ଦେଖିନଥିଲେ ।