ଲାଗୁହେବ କି ଲକ୍‌ଡାଉନ୍‌ ୬.୦ ବା ଅନ୍‌ଲକ୍‌ ୨.୦: କ’ଣ ରହିପାରେ ରୂପରେଖ?

1 min read

ଭୁବନେଶ୍ୱର: ମଙ୍ଗଳବାର ସରିବ ଲକାଡାଉନ ୫.୦ ବା ଅନଲକ ୧.୦ । ତେବେ ଏହି ପର୍ଯ୍ୟାୟରେ କ’ଣ ରହିବ କେନ୍ଦ୍ର ସରକାରଙ୍କ ରୂପରେଖ, ତାହାରି ଉପରେ ରହିଛି ସମସ୍ତଙ୍କ ନଜର । ଦେଶରେ ୨୫ ମାର୍ଚ୍ଚରୁ ୩୧ ମେ ପର୍ଯ୍ୟନ୍ତ କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟରେ ଲକଡାଉନ ଜାରି କରିଥିଲେ । ତେବେ ଦେଶର ଆର୍ଥିକ ସ୍ଥିତିକୁ ନଜରରରେ ରଖି ଜୁନ ପହିଲାରୁ ପୂରା ଦେଶରେ ଆରମ୍ଭ ହୋଇଥିଲା ଅନଲକ ୧.୦ । କିନ୍ତୁ ଏହାରି ଭିତରେ କରୋନା ସଂକଟ ପୁଣି ଉତ୍କଟ ରୂପ ଧାରଣ କରିଛି । ତେଣୁ ଅନଲକ ୨.୦ରେ ମୋଦି କ’ଣ ନିଷ୍ପତ୍ତି ନେବେ ତାକୁ ରହିଛି ସମସ୍ତଙ୍କ ଅପେକ୍ଷା । ଏହା ଭିତରେ ଅନେକ ରାଜ୍ୟ ଜୁଲାଇ ୩୧ ଯାଏଁ ଲକଡାଉନ ବଢାଇଥିବାବେଳେ ଆଉ କିଛି ରାଜ୍ୟ ଆଞ୍ଚଳିକ ସ୍ତରରେ ଲାଗୁ କରିଛି ଟୋଟାଲ ସଟଡାଉନ ।

ତା’ ପରେ କ’ଣ । ଜୀବନ-ଜୀବିକା-ଲକଡାଉନ । କେଉଁଟା ଜରୁରୀ । ଏହି ପ୍ରଶ୍ନ ପଚାରୁଛି ଦେଶ?  ଜୁନ ପହିଲାଠାରୁ ଦେଶରେ ୩ ଲକ୍ଷ ୩୮ ହଜାର ୩୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୁବଶୀଘ୍ର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଛୁଇଁବ । ୧୬ ହଜାରରୁ ଅଧିକ ହେଲାଣି ମୃତ୍ୟୁ ସଂଖ୍ୟା । ୨ ଲକ୍ଷ ୩ ହଜାର ୫୧ଟି ସକ୍ରିୟ ମାମଲା ରହିଛି ।

ତେଣୁ ଏପରି ସ୍ଥିତିରେ ଲକଡାଉନ ଅବଧି ପୁଣି ବଢ଼ିବ କି ଲାଗୁ ହେବ ଅନଲକ ୨.୦ । ପୁଣି ଦେଶରେ ଚାଲିବ କି କଣ୍ଟେନମେଣ୍ଟ, ସଟଡାଉନ ଫର୍ମୁଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଜୁଲାଇରେ ସର୍ବୋଚ୍ଚସ୍ତରରେ ପହଞ୍ଚିବ ସଂକ୍ରମଣ । ସେଥିପାଇଁ ଆଗୁଆ ଅନେକ ରାଜ୍ୟ ଲକଡାଉନ ଅବଧି ବଢାଇ ସାରିଲେଣି ।

ଆଜି ମହାରାଷ୍ଟ୍ର ୩୧ ଜୁଲାଇ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିଥିବାବେଳେ ପୂର୍ବରୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଜୁଲାଇ ୩୧ ପର୍ଯ୍ୟନ୍ତ ଲକାଡାଉନ ବଢ଼ାଇ ଦେଇଥିବାବେଳେ ମଣିପୁରରେ ଜୁଲାଇ ୧୫ ଯାଏଁ ଲକଡାଉନ ବଳବତ୍ତର ରହିବ । ପୁଡୁଚେରୀ ଜୁଲାଇ ୨ ତାରିଖ ଯାଏଁ ଲକଡାଉନ ବଢ଼ାଇଛନ୍ତି । ଆଗକୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେବେ ବୋଲି କହିଛନି ।

Covid-19: Another reason why unlock 1.0 may be ill-timed in India ...

ସେହିପରି ଆଞ୍ଚଳିକସ୍ତରରେ ସଟଡାଉନ୍‌ ଜାରି ରହିଛି । ଏଥିରୁ ଜଣାପଡ଼ୁଛି ରାଜ୍ୟଗୁଡିକ ଲକଡାଉନକୁ ସମର୍ଥନ କରୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତିକୁ ଗ୍ରହଣ କରିବେ ତ ? ଅନ୍ୟପଟେ ଲକଡାଉନ ଓ ସଟଡାଉନରେ ପେଶି ହୋଇଗଲାଣି ଜୀବନ ଓ ଜୀବିକା । ତେଣୁ କିଭଳି ଜୀବନ ଜୀବିକା ଗୋଟିଏ ଟ୍ରାକରେ ଦୌଡିବେ ଏବଂ କରୋନାକୁ ମାତ ଦେଇହେବ ସେ ନେଇ ବିଚାର କରି ପଦକ୍ଷେପ ନେବାକୁ ଅଧିକାଂଶ ମତ ଦେଉଛନ୍ତି ।

Unlock 1.0: Picture of crowded Marine Drive in Mumbai leaves ...

30 ଜୁନରେ ଅଲଲକ୍ 2.0 ଆରମ୍ଭ ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 18 ଜୁନରେ ଏେଇ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେବା ସମୟରେ ଏହା ସଙ୍କେତ ଦେଇ ସାରିଛନ୍ତି । ବର୍ତ୍ତମାନ ଅନଲକ 2.0 ନେଇ ଆମକୁ ଚିନ୍ତା କରିବାକୁ ହେବ ବୋଲି କହିଛନ୍ତି ମୋଦି । ତେଣୁ ଚଳିତ ଥର ଅନ୍ତରାଷ୍ଟ୍ରୀୟ ବିମାନକୁ ନେଇ କିଛି ବଡ ନିର୍ଣ୍ଣୟ ନିଆଯାଇ ପାରେ ବୋଲି କୁହାଯ଼ାଉଛି ।

ତେଣୁ ଚଳିତ ଥର ଅନ୍ତରାଷ୍ଟ୍ରୀୟ ବିମାନକୁ ନେଇ କିଛି ବଡ ନିର୍ଣ୍ଣୟ ନିଆଯାଇ ପାରେ ବୋଲି କୁହାଯ଼ାଉଛି । ଏହାଛଡା ବିଭିନ୍ନ କମ୍ପାନୀ ପରିଚାଳନାରେ ନେଇ ମଧ୍ୟ ହୋଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଅନଲକ 2.0ରେ ରେଳ କ୍ଷେତ୍ରରେ ମଧ୍ୟ କିଛି ପଦକ୍ଷେପ ନିଆଯ଼ାଇପାରେ ।

Leave a Reply