ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ରଥଖଳାକୁ ବିଜେ ହେଲା ଆଜ୍ଞାମାଳ

ପୁରୀ: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ହେଉଛି ଉଭାଯାତ୍ରା । ଘୋଷଯାତ୍ରା ପାଇଁ ଆଜି ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥଖଳାକୁ ବିଜେ କରିଛି । ବିଜେ କାହାଳୀ ବାଜିବା ସହ ବିଧି ଅନୁସାରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇ ରଥ ଖଳାରୁ ସିଂହଦ୍ୱାରକୁ ଅଣାଯିବ । ପରେ ପରେ ଦେବୀ ସୁଭଦ୍ରା ଦେବଦଳନ ରଥ ଓ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ । ଦୁଇବର୍ଷ ପରେ ଏହି ତିଥିରେ ଦର୍ଶନ ମିଳୁଥିବାରୁ ଭକ୍ତଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି । ଏଥିପାଇଁ ବ୍ୟାପକ ବ୍ୟାବସ୍ଥା କରିଛି ପ୍ରଶାସନ । ଗତକାଲି ନେତ୍ରୋତ୍ସବରେ ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରି ସୌଭାଗ୍ୟ ଲାଭ କରିଥିବାବେଳେ ଆଜି ଉଭାଯାତ୍ରାରେ ମଧ୍ୟ ସାଧାରଣ ଦର୍ଶନକୁ ଅନୁମତି ମିଳିଛି ।