spot_img

Latest Posts

୧୦୦ ଟଙ୍କା ପାର କଲା ଟମାଟୋ, ଚିନ୍ତାରେ ଖାଉଟି

ଭୁବନେଶ୍ୱର: ହାଣ୍ଡିଶାଳକୁ ମହଙ୍ଗା ମାଡ଼। ୧୦୦ ଟଙ୍କା ପାର କଲା ଟମାଟୋ ଦର। ଓଡ଼ିଶାରେ ସର୍ବକାଳୀନ ରେକର୍ଡ ଦରରେ ପହଞ୍ଚିଥିବା ବେଳେ ସବୁ ପରିବା ଦର ବୃଦ୍ଧି ପାଇଛି। ଭୁବନେଶ୍ୱର ଏକ ନମ୍ବର ମାର୍କଟରେ ବିନ୍, ଝୁଡଙ୍ଗ, କଲରା, ଠାରୁ ଆରମ୍ଭ କରି ଜହ୍ନି ବାଇଗଣ ପର୍ଯ୍ୟନ୍ତ ସବୁ ପରିବା ଦର ଆକାଶଛୁଆଁ।

ପରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ବର୍ଷା ଓ କମ ଉତ୍ପାଦନ କାରଣରୁ ଆବଶ୍ୟକୀୟ ପରିମାଣରେ ପରିବା ଓଡ଼ିଶା ଆସିପାରୁ ନାହିଁ। ତେଣୁ ଆଗାମୀ ୧୫ ଦିନ ଯାଏ ପରିବା ଦର ଏହିପରି ରହିବ ବୋଲି କହିଛି କଞ୍ଚା ପରିବା ବ୍ୟବସାୟୀ ମହାସଂଘ।

ଗତ ସପ୍ତାହରେ କିଲୋଗ୍ରାମ ପିଛା ୨୫ ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ହଠାତ୍ ୧୦୦ ରୁ ଅଧିକ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ୱର ଏକ ନମ୍ବର ମାର୍କଟରେ ଦର ରହିଛି ୧୦୦ ଟଙ୍କା। ଟମାଟୋର ଦରବୃଦ୍ଧି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଗାହକ। ଚଢା ଦର ଦେଖି ଅନେକ ମୁହଁ ଫେରାଇ ନେଉଥିବାବେଳେ କେଜିଏ ବଦଳରେ ଅଢେଇଶ କିଣି ଘରକୁ ନେଉଛନ୍ତି। ତେବେ ଆଗାମୀ କିଛି ଦିନ ଟମାଟୋ ଦର ଏହିଭଳି ବୃଦ୍ଧି ରହିବ। ୨ ଦିନ ମଧ୍ୟରେ ଟମାଟୋ ଦର ୧୫୦ ଛୁଇଁବ ବୋଲି ବ୍ୟବସାୟୀ କହିଛନ୍ତି।

Latest Posts

Don't Miss