ତମାଣ୍ଡୋରେ ନବବଧୂ ମୃତ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ନବବଧୂକୁ ହତ୍ୟା ଅଭିଯୋଗ ।  ମୃତକ ହେଉଛନ୍ତି ବନ୍ଦନା ଜେନା ।   ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବିଜୟ କୁମାର ଜେନା ଓ ତାଙ୍କ ପୁଅ ଯାମିନୀ ଜେନା ବନ୍ଦନାଙ୍କୁ ହତ୍ୟା କରିଥିବା ଝିଅ ଘର ଲୋକେ ଅଭିଯୋଗ ଆଣିଛନ୍ତି ।  କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ତମାଣ୍ଡୋ ପୋଲିସ । ସ୍ବାମୀ ଯାମିନୀ ଜେନାକୁ ଅଟକ ରଖିଛି ପୋଲିସ ।  ଯୌତୁକ ପାଇଁ ଦୀର୍ଘ ଦିନ ଧରି ବନ୍ଦନାଙ୍କୁ ନିର୍ଯାତନା ଦିଆଯାଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।  ଶୁକ୍ରବାର ରାତିରେ ବନ୍ଦନା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ଏହାକୁ ନେଇ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବନ୍ଦନାଙ୍କ ମାଆ ।

Leave a Reply