ଚାଷୀଙ୍କ ପାଇଁ ଜାରି ହେଲା ଟୋଲ୍ ଫ୍ରି ନମ୍ୱର: ବିନା ପାସ୍‌ରେ ଯାଇପାରିବ କୃଷି ସାମଗ୍ରୀ ପରିବହନ ଗାଡ଼ି

1 min read

ଭୁବନେଶ୍ୱର: ଚାଷ ଚାଲିଲେ ଚକ ଚାଲିବ, ଚାଷୀ ହସିଲେ ଦେଶ ହସିବ । ଏହି ନ୍ୟାୟରେ ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ପାଇଁ ଲକଡାଉନ କଟକଣାକୁ କିଛିଟା କୋହଳ କରିଛନ୍ତି । ରବିରେ ଧାନ ଅମଳ ଠାରୁ ଆରମ୍ଭ କରି ଜମି ପ୍ରସ୍ତୁତି, ତଳି ପକା ଆଦି କାର୍ଯ୍ୟ ସହ ବହିନ, ସାର ଓ କୃଷି ସାମଗ୍ରୀ ପରିବହନକୁ କଟକଣାମୁକ୍ତ କରାଯାଇଛି । ଏଥିପାଇଁ ଏଣିକି ରାସ୍ତାଘାଟରେ କୈାଣସି ପୋଲିସ ଅଧିକାରୀ ଚାଷୀ ଓ କୃଷି ସାମଗ୍ରୀ ପରିବହନ କରୁଥିବା ଗାଡିକୁ ଅଟକାଇବେ ନାହିଁ କି ପାସ ବି ମାଗିବେ ନାହିଁ ।

ଆଜି କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି । ରାଜ୍ୟସ୍ତରରୁ ଆରମ୍ଭ କରି ପଂଚାୟତ ପର୍ଯ୍ୟନ୍ତ ସବୁଠି କୃଷି ଓ ଉଦ୍ୟାନକୃଷି ଅଫିସ ଖୋଲା ରହିବ । ଓୟୁଏଟିର କୃଷି ଗବେଷଣା କେନ୍ଦ୍ର ବି କାର୍ଯ୍ୟକ୍ଷମ ହେବ । ଫସଲ କଟା ଓ ଫସଲ କ୍ଷୟକ୍ଷତିର ଆକଳନ ବି ପୂର୍ବଭଳି ଚାଲିବ । କୃଷି କାର୍ଯ୍ୟରେ କୈାଣସି ସମସ୍ୟାର ସମାଧାନ ପାଇଁ ଆମ କୃଷି ନାଁରେ ଖୋଲିଲା ପୋର୍ଟାଲ ଓ ଟୋଲ ଫ୍ରି ନମ୍ବର । ଏଣିକି ଚାଷୀ 18001025166 ଏହି ଟୋଲ ଫ୍ରି ନମ୍ବରକୁ ଫୋନ କରି ସମସ୍ୟା ଜଣାଇପାରିବେ । ରବି ଫସଲ ବିକ୍ରି ପାଇଁ ଇ-ସମୃଦ୍ଧି ପୋର୍ଟାଲରେ ପଂଜିକରଣ କରି ସରକାରଙ୍କ ଦ୍ଵାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟରେ ଫସଲ ବିକି ପାରିବେ । ଏହି ଅବସରରେ ଅଭିନବ ଉପାୟରେ ଚାଷୀଙ୍କୁ ଲକଡାଉନ ସମୟରେ ସହାୟତା ଯୋଗାଉଥିବା କିଛି କୃଷି ଅଧିକାରୀଙ୍କୁ ସରକାର କୃତଜ୍ଞତା ଜଣାଇଛନ୍ତି ।

 

Leave a Reply